ଅନ୍ୟାନ୍ୟଓଡ଼ିଶା

ପରିବହନ ବିଭାଗର ଏହି ନୂଆ ନିୟମ

ଭୁବନେଶ୍ୱର , ଶ୍ରୀଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ। ଶ୍ରଦ୍ଧାଳୁମାନେ କିଭଳି ପୁରୀରେ ‎ସୁବିଧାରେ ପହଞ୍ଚିବେ ଓ ଫେରିବେ, ସେ ବିଷୟରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ, ‎କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଗ୍ରହଣ କରାଯାଇଛି।ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ, ଶ୍ରଦ୍ଧାଳୁଙ୍କ ସୁଗମ ପରିବହନ ପାଇଁ, ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ‎ଭୁବନେଶ୍ୱର ଓ କଟକ ଡିସିପି, ଟ୍ରାଫିକ ଡିସିପି, ପୁରୀର ଅତିରିକ୍ତ ଏସପି, ଜାତୀୟ ରାଜପଥ କର୍ତ୍ତୃପକ୍ଷ, ବସ୍ ମାଲିକ ସଂଘର ‎କର୍ମକର୍ତ୍ତା, ଓଏସଆରଟିସି ଏବଂ କ୍ରୁଟ୍‌ ପ୍ରତିନିଧିମାନେ, ଉପସ୍ଥିତ ଥିଲେ।ଯାତ୍ରୀଙ୍କ ଚାହିଦା ପୂରଣ ପାଇଁ ପୁରୀକୁ ବହୁ ସଂଖ୍ୟାରେ ,ଷ୍ଟେଜ୍ କ୍ୟାରେଜ୍ ବସ୍ ଚଳାଚଳ କରିବାର ଆବଶ୍ୟକତା ରହିଛି। ‎ଏଥିପାଇଁ ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା ଓ ସୁନାବେଶ ନିମନ୍ତେ ଅସ୍ଥାୟୀ ପରମିଟ୍ ପ୍ରଦାନ କରାଯିବ। ଏବେ ପୁରୀକୁ ପ୍ରତିଦିନ ପ୍ରାୟ ୨୦୦ ଘରୋଇ ବସ୍ ଚଳାଚଳ କରୁଥିବା, ବେଳେ ରଥଯାତ୍ରା ସମୟରେ, ଏହି ‎ସଂଖ୍ୟାକୁ ଦୁଇଗୁଣା କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ପୁରୀକୁ ଓଏସଆରଟିସି ଏବଂ କ୍ରୁଟ୍‌ ସରକାରୀ ବସ୍ ସଂଖ୍ୟା ‎ମଧ୍ୟ ଏହି ସମୟରେ ବୃଦ୍ଧି କରାଯିବ। ବସରେ କୌଣସି ଯାତ୍ରୀ ଅସୁସ୍ଥ ହେଲେ ତୁରନ୍ତ ସହାୟତା ପ୍ରଦାନ ପାଇଁ ସମସ୍ତ ‎ବସରେ ପ୍ରାଥମିକ ଚିକିତ୍ସା କିଟ୍ ରଖାଯିବ। ପ୍ରମୁଖ ବସ୍ ଟର୍ମିନାଲ, ବସ୍ ଷ୍ଟପ୍ ଏବଂ ବସ୍‌ଗୁଡ଼ିକରେ ‎ଯାତ୍ରୀଙ୍କ ପାଇଁ ପାନୀୟ ଜଳ ଓ ORS ପ୍ୟାକେଟ୍ ବ୍ୟବସ୍ଥା କରାଯିବ।

Related Articles

Back to top button