ରାଜନୀତିସ୍ୱାସ୍ଥ୍ୟ

‘ମନ୍‌ କୀ ବାତ୍‌’ରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ମୋଦୀ

ଭୁବନେଶ୍ୱର ,ନିଶାମୁକ୍ତ ଯୁବପିଢ଼ି, ନିଶା ମୁକ୍ତ ଭାରତ। ବହୁତ ଲୋକ ବିଶେଷକରି ଆମ ଯୁବକମାନେ ବିପୁଳ ସଂଖ୍ୟାରେ ଏଥିରେ ଅଂଶୀଦାର ହେବାରେ ଲାଗିଛନ୍ତି। ପ୍ରକୃତରେ ଏହା ଭାରତର, ଯୁବକମାନଙ୍କର ସ୍ୱାସ୍ଥ୍ୟ, ତାଙ୍କ ଖୁସି ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ହିଁ, ଆମର ସାମୂହିକ ସଂକଳ୍ପ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନିଶାର ଅଭ୍ୟାସ କେବଳ, ଜଣେ ବ୍ୟକ୍ତିକୁ କବଳିତ କରେ ନାହିଁ, ଏହାର କୁପରିଣାମ ସମ୍ପୂର୍ଣ୍ଣ ପରିବାର ଓ ସମାଜକୁ ମଧ୍ୟ, ଭୋଗିବାକୁ ପଡ଼ିଥାଏ।ପ୍ରଧାନମନ୍ତ୍ରୀ ଆଜିର ମନ କୀ ବାତ୍‌ରେ ଭୋକାଲ ଫର ଲୋକାଲର ଆହ୍ବାନ ଦେଇଛନ୍ତି। ୧୩୭ତମ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ମୋଦୀ ଏକ ନିଶାମୁକ୍ତ ଭାରତ ଗଠନ ପାଇଁ ଆହ୍ବାନ ଦେଇଛନ୍ତି। ବିଶେଷକରି ଭାରତର ଯୁବକମାନଙ୍କୁ ନିଶା ସେବନରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ, ଯେଉଁ ଲକ୍ଷ୍ୟ ରଖାଯାଇଛି, ତାକୁ ହାସଲ କରିବାକୁ ହେଲେ ଯୁବକମାନଙ୍କୁ ନିଶା ସେବନରୁ ଦୂରେଇ ରହିବା ଜରୁରୀ ବୋଲି, ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଏଥିପାଇଁ, ସ୍ଲୋଗାନ ଦେଇଛନ୍ତି ‘ଡ୍ରଗ-ଫ୍ରି ୟୁଥ ଫର ଡେଭଲପ୍‌ଡ ଇଣ୍ଡିଆ’।

Related Articles

Back to top button