ଜୀବନଶୈଳୀସ୍ୱାସ୍ଥ୍ୟ

ହେଙ୍ଗୁ ପାଉଡର୍ ଅସଲି ନା ନକଲି

ଭୁବନେଶ୍ୱର ,FSSAI ଦୁଇଟି ବ୍ରାଣ୍ଡେଡ କଂପାନୀର ହେଙ୍ଗୁ ପାଉଡର୍ ବିକ୍ରି ଉପରେ, ରୋକ୍ ଲଗାଇଛି । କାରଣ ଏହି ପ୍ରଡକ୍ଟଗୁଡିକ ନିମ୍ନମାନର ବୋଲି, ଜଣାପଡିଛି ।Everest କ୍ଷେତ୍ରରେ FSSAI ତୁରନ୍ତ ପ୍ରଭାବରେ ହେଙ୍ଗୁ ପାଉଡରର ବିଭିନ୍ନ ପ୍ରକାର ବିକ୍ରି ଉପରେ, ନିଷେଧାଦେଶ ଲଗାଇଛି। ନିୟାମକ ସଂସ୍ଥା କହିଛି, ପ୍ରାଥମିକ ଖାଦ୍ୟ ପରୀକ୍ଷାଗାରର, ଫୁଡ୍ ଆନାଲିଷ୍ଟଙ୍କ ପରୀକ୍ଷଣରେ, ହେଙ୍ଗୁ ପାଉଡରର ନମୁନା ‘ମିସ୍‌ବ୍ରାଣ୍ଡେଡ୍’ ଏବଂ ‘ସବ୍-ଷ୍ଟାଣ୍ଡାର୍ଡ’ ବୋଲି ଜଣାପଡ଼ିଥିଲା।ଖାଦ୍ୟ ନିୟାମକ ସଂସ୍ଥା FSSAI କହିଛି ଯେ, ମାନ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରୁନଥିବାରୁ, Everest Food Products Pvt Ltd ଏବଂ Laljee Godhoo and Companyକୁ ହେଙ୍ଗୁ ପାଉଡର ବିକ୍ରି ଉପରେ, ନିଷେଧାଦେଶ ଜାରି କରାଯାଇଛି। ନିମ୍ନମାନର ହେଙ୍ଗୁ ପାଉଡର ବିକ୍ରିର ଏହି ନିଷେଧାଦେଶ ଅନିୟମିତତାକୁ, ସୁଧାରିବା ପାଇଁ FSSAI କମ୍ପାନୀକୁ ଏକ ଆକ୍ସନ୍ ପ୍ଲାନ୍, ଦାଖଲ କରିବାକୁ କହିଛି। FSS Act, 2006 ଅନୁସାରେ, ଲାଇସେନ୍ସପ୍ରାପ୍ତ ମାନଦଣ୍ଡ ଅନୁଯାୟୀ, ଉତ୍ପାଦ ବିକ୍ରି ନିଶ୍ଚିତ କରିବାକୁ, ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ତ୍ରୁଟି ସୁଧାରା ନଗଲେ ଆଗକୁ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି, FSSAI ଚେତାବନୀ ଦେଇଛି।

Related Articles

Back to top button