ଅନ୍ୟାନ୍ୟସ୍ୱାସ୍ଥ୍ୟ

ଲାଇଟ୍ ମୋଡ୍’ ମଧ୍ୟ ଆଖି ପାଇଁ ସୁରକ୍ଷିତ

ଭୁବନେଶ୍ୱର,ଘଣ୍ଟା ଘଣ୍ଟା ଧରି ସ୍କ୍ରିନ୍ ଦେଖିବା ଦ୍ୱାରା ଆଖିରେ ଥକ୍କାପଣ, ଶୁଷ୍କତା ଏବଂ ଜଳାପୋଡ଼ା ଭଳି ସମସ୍ୟା ଦେଖାଦେଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଅନେକ ଲୋକ ନିଜ ଡିଭାଇସ୍‌ରେ, ‘ଡାର୍କ ମୋଡ୍‌’ ବ୍ୟବହାର କରନ୍ତି।ଯଦି ଆପଣ କିଛି ସହଜ ନିୟମ ପାଳନ କରିବେ, ତେବେ ଲାଇଟ୍ ମୋଡ୍ ମଧ୍ୟ ଆଖିର କୌଣସି କ୍ଷତି କରିବ ନାହିଁ । ଲାଇଟ୍ ମୋଡ୍ ବ୍ୟବହାର ସମୟରେ, ସ୍କ୍ରିନ୍‌ର ବ୍ରାଇଟ୍‌ନେସ୍ ସାମାନ୍ୟ କମ୍ ରଖନ୍ତୁ, ଯାହାଫଳରେ ଆଖି ଉପରେ ଚମକ ପଡ଼ିବ ନାହିଁ। ଆଜିକାଲି ସମସ୍ତ ଆଧୁନିକ ସ୍ମାର୍ଟଫୋନ୍‌ରେ, ଏହି ଫିଚର ରହୁଛି। ଏହାକୁ ଅନ୍ ରଖିବା ଦ୍ୱାରା ଆପଣଙ୍କ, ପାରିପାର୍ଶ୍ୱିକ ଆଲୋକ ଅନୁସାରେ, ଫୋନ୍ ନିଜର ବ୍ରାଇଟ୍‌ନେସ୍ ଆଡଜଷ୍ଟ କରିନିଏ।ଫୋନ୍‌ରେ ସର୍ବଦା ‘Night Light’ ବା ‘Eye Comfort’ ମୋଡ୍ ଅନ୍ ରଖନ୍ତୁ। ଏହା ସ୍କ୍ରିନ୍‌ରୁ ବାହାରୁଥିବା କ୍ଷତିକାରକ ବ୍ଲୁ-ଲାଇଟ୍‌କୁ କମ୍ କରିଦିଏ, ଯାହା ଆଖି ପାଇଁ ଅତ୍ୟନ୍ତ ଲାଭଦାୟକ। ଦିନ ସମୟରେ ବା ଆଲୋକିତ କୋଠରୀରେ ‘ଲାଇଟ୍ ମୋଡ୍’ଏବଂ ରାତିରେ ବା ରେ ‘ଡାର୍କ ମୋଡ୍’ ବ୍ୟବହାର, କରିବା ହିଁ ଆଖିର ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଭଲ ଉପାୟ।

Related Articles

Back to top button