Breaking Newsଓଡ଼ିଶା

ଆସନ୍ତାକାଲି ସ୍କୁଲ, କଲେଜ ଛୁଟି

ଭୟ ବାଢ଼ିଲାଣି ବାତ୍ୟା ଅର୍ଣ୍ଣବ । ଆଉ ଧୀରେ ଧୀରେ ଆଖି ଦୃଶ୍ୟମାନ ହେଲାଣି। ଓଡିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସକାଳୁ ସକାଳୁ ପ୍ରବଳ ବର୍ଷା ସହ ବହୁଛି ପବନ । ଆସନ୍ତାକାଲି ଏହାର ପ୍ରଭାବ ଆହୁରି ଦେଖିବାକୁ ମିଳିବ । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସବୁ ଶିକ୍ଷାନୁଷ୍ଠାନ ବନ୍ଦ । ଏଥିରେ ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ୍ ଓ କଲେଜ ସାମିଲ ରହିଛି। ପିଲାମାନଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଏହି ପଦକ୍ଷେପ ନିଆଯାଇଛି।

ସେହିପରି ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କଟକ ଜିଲ୍ଲାରେ ୩୦୦ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ଆଶ୍ରୟସ୍ଥଳୀଗୁଡ଼ିକରେ ଖାଦ୍ୟ ଓ ପାନୀୟ ଜଳ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଏଠାରେ ରଖାଯାଇପାରିବ।ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ- ବାତ୍ୟା ଓ ବର୍ଷା ଯୋଗୁଁ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ଗର୍ଭବତୀ ମହିଳାଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ନେବା ପାଇଁ କୁହାଯାଇଛି।

ଜରୁରୀ ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ ଓ ଅନ୍ୟାନ୍ୟ ସହାୟତା ପାଇଁ ଏହି ଟିମ୍‌ଗୁଡ଼ିକ ପ୍ରସ୍ତୁତ ରହିବେ। ଏଥିସହ ଜିଲ୍ଲାରେ ଦୁଇଟି କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। ବାତ୍ୟା ସମୟରେ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ଓ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ଉପରେ ପ୍ରଶାସନ ନଜର ରଖିଛି।ସମ୍ଭାବ୍ୟ ବାତ୍ୟାକୁ ନେଇ କଟକ ଜିଲ୍ଲା ପ୍ରଶାସନ ସତର୍କ ରହିଥିବା ବେଳେ ଲୋକଙ୍କୁ ଆତଙ୍କିତ ନହୋଇ ସତର୍କ ରହିବା ଏବଂ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

Related Articles

Back to top button