ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଶୃଙ୍ଖଳିତ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସମୀକ୍ଷା ବୈଠକ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;   ୨୦୨୬ ରଥଯାତ୍ରାକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ରଥଯାତ୍ରା ପ୍ରସ୍ତୁତିର ଏହା ଶେଷ ଉଚ୍ଚସ୍ତରୀୟ ବୈଠକ । ସୋମବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ପୁରୀ ଟାଉନ ହଲରେ ଏହି ସମୀକ୍ଷା ବୈଠକ ଶେଷ ହୋଇଛି । ଲକ୍ଷ ଲକ୍ଷ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଇନଶୃଙ୍ଖଳା, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ସ୍ୱାସ୍ଥ୍ୟସେବା, ଟ୍ରାଫିକ ପରିଚାଳନା ଓ ଯୋଗାଯୋଗ, ପାନୀୟ ଜଳ, ଶୌଚାଳୟ, ରହଣି ସୁବିଧା , ଭିଡ଼ ପରିଚାଳନା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ଉଚିତ ମୂଲ୍ୟରେ ମହାପ୍ରସାଦ ଉପଲବ୍ଧତା, ବସ୍ ଓ ଟ୍ରେନ୍ ଯାତ୍ରାକୁ ସୁଗମ କରିବା, ସଫେଇ ବ୍ୟବସ୍ଥା, ଉତ୍ତମମାନର ଖାଦ୍ୟ ବିକ୍ରୟ ଏବଂ ସର୍ବୋପରି ରଥଯାତ୍ରାର ନୀତିନିର୍ଘଣ୍ଟ ଓ ନୀତିକାନ୍ତି ଆଦିକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ୨ ଉପ-ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହିତ ପୁରୀ ସାଂସଦ ସମ୍ବିତ ପାତ୍ର, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ପୁରୀ ଜିଲ୍ଲାର ସମସ୍ତ ବିଧାୟକ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସହିତ ବରିଷ୍ଠ ସେବାୟତମାନେ ଉପସ୍ଥିତ ରହିଥିଲେ ।

Related Articles

Back to top button