ଅନ୍ୟାନ୍ୟସ୍ୱାସ୍ଥ୍ୟ

ଗର୍ଭବତୀ ମହିଳାମାନେ ଅମୃତଭଣ୍ଡା ଖାଇବାଠାରୁ ଦୂରେଇ ରହିବା ଉଚିତ୍।

ଭୁବନେଶ୍ୱର , ଅମୃତଭଣ୍ଡା ସମସ୍ତଙ୍କ ପାଇଁ, ଲାଭଦାୟକ ନୁହେଁ। ସ୍ୱାସ୍ଥ୍ୟ ପାଇଁ ଏହା ଲାଭ ଅପେକ୍ଷା ଅଧିକ କ୍ଷତି ମଧ୍ୟ କରିପାରେ।ଅମୃତଭଣ୍ଡା ଖାଇବା ଦ୍ୱାରା ହାଇଡ୍ରୋଜେନ ସାଇନାଏଡ, ନିର୍ଗତ ହୋଇଥାଏ। ଯେଉଁମାନଙ୍କର ହୃଦ୍‌ସ୍ପନ୍ଦନ ଅସ୍ୱାଭାବିକତାର ସମସ୍ୟା  ଅଛି, ସେମାନେ ଅମୃତଭଣ୍ଡାକୁ, ସୀମିତ କିମ୍ବା ଅତ୍ୟନ୍ତ କମ ପରିମାଣରେ ଖାଇବା ଉଚିତ୍।ଅମୃତଭଣ୍ଡା ଥାଇରଏଡ୍ ଗ୍ରନ୍ଥିର, ଆୟୋଡିନ୍ ଗ୍ରହଣ କରିବା କ୍ଷମତା ଉପରେ, ପ୍ରଭାବ ପକାଇଥାଏ। ତେଣୁ, ହାଇପୋଥାଇରଏଡିଜିମ୍ ସମସ୍ୟା ଥିଲେ ଡାକ୍ତରଙ୍କ ପରାମର୍ଶ ନେବା ପରେ ହିଁ ଅମୃତଭଣ୍ଡା ଖାଇବା ଉଚିତ୍।ଯେଉଁମାନେ ଲେଟେକ୍ସ ଆଲର୍ଜିରେ ପୀଡିତ କିମ୍ବା ଲେଟେକ୍ସ ପ୍ରତି ସମ୍ବେଦନଶୀଳ , ସେମାନେ ଅମୃତଭଣ୍ଡା ଖାଇବା କମ୍ କରିବା ଉଚିତ୍। ଯଦି ଅଧିକ ପରିମାଣରେ ଅମୃତଭଣ୍ଡା ଖିଆଯାଏ, ତେବେ ଏହି ସମସ୍ୟା ବଢ଼ିପାରେ।ଗର୍ଭବତୀ ମହିଳାମାନେ ଅମୃତଭଣ୍ଡା ଖାଇବାଠାରୁ ଦୂରେଇ ରହିବା ଉଚିତ୍। ଅମୃତଭଣ୍ଡାରେ ଥିବା ଏଞ୍ଜାଇମ୍, ଗର୍ଭାଶୟ ସଂକୋଚନ କୁ ବଢ଼ାଇପାରେ। ସେଥିପାଇଁ ସାଧାରଣତଃ ମହିଳାମାନଙ୍କୁ, ଅମୃତଭଣ୍ଡା ନ ଖାଇବା ପାଇଁ ପରାମର୍ଶ ଦିଆଯାଏ।

Related Articles

Back to top button