ଅନ୍ୟାନ୍ୟଓଡ଼ିଶା

ଆସନ୍ତା ଜୁନ୍ ୨୯ରୁ ବନ୍ଦ ହେବ ଶିମିଳିପାଳ

ଭୁବନେଶ୍ୱର ,ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ଡ.ପ୍ରକାଶ ଚାନ୍ଦ ଗୋଗିନାନୀ ,ଆସନ୍ତା ଜୁନ୍ ୨୯ ତାରିଖରୁ,ମୟୂରଭଞ୍ଜର,  ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକ ଓ ଭ୍ରମଣକାରୀଙ୍କ ପାଇଁ, ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି। ​। ଆଗକୁ ବର୍ଷାଋତୁ ଆସୁଥିବାରୁ ଏବଂ ଅଭୟାରଣ୍ୟ ମଧ୍ୟରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ, ସର୍ବାଧିକ ପ୍ରାଥମିକତା ଦେଇ, ବନ ବିଭାଗ ଏହି ନିଷ୍ପତ୍ତି ନେଇଛି। ବର୍ଷା ଦିନେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ, ଯାତ୍ରା କରିବା ବେଶ୍ ବିପଦପୂର୍ଣ୍ଣ ହୋଇଥାଏ।ବର୍ଷା ହେଲେ ଏହି ନାଲିମାଟି ଅତ୍ୟନ୍ତ ପିଛିଳ ହୋଇଯାଏ,ଯାହାଦ୍ୱାରା ଚଲାପଥ ଓ ଘାଟି ରାସ୍ତାରେ ଗାଡ଼ି ଚକ ସ୍ଲିପ୍ ହେବାର ଏବଂ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ଥାଏ। ଶିମିଳିପାଳ ମଧ୍ୟରେ ଅନେକ ଛୋଟବଡ଼ ପାହାଡ଼ିଆ ନାଳ ରହିଛି। ପ୍ରବଳ ବର୍ଷା ଯୋଗୁଁ ଏହି ନାଳଗୁଡ଼ିକରେ, ହଠାତ୍ ଜଳସ୍ତର ବୃଦ୍ଧି ପାଇ ରାସ୍ତା ବିଚ୍ଛିନ୍ନ ହୋଇଯାଏ, ଯାହା ଫଳରେ ପର୍ଯ୍ୟଟକମାନେ ଜଙ୍ଗଲ ଭିତରେ ଫସିଯିବାର ଭୟ ଥାଏ। ଏହି ସମୟଟି ବନ୍ୟଜନ୍ତୁଙ୍କ ପାଇଁ ଅନୁକୂଳ ସମୟ ଏବଂ ସେମାନଙ୍କ ପ୍ରଜନନ ଋତୁ ହୋଇଥିବାରୁ, ଜଙ୍ଗଲ ଭିତରେ ମାନବୀୟ କାର୍ଯ୍ୟକଳାପକୁ ସୀମିତ ରଖାଯାଏ। ଅଭୟାରଣ୍ୟ କେବେ ଖୋଲିବ, ସେ ନେଇ ପରବର୍ତ୍ତୀ ପ୍ରବେଶ ତାରିଖ ଘୋଷଣା କରାଯିବ ବୋଲି ବନ ବିଭାଗ, ସ୍ପଷ୍ଟ କରିଛି।

Related Articles

Back to top button