ମୋବାଇଲ ନ୍ୟୁଜ୍ 24×7 ; ମୁଁ ଡ୍ରପ୍ ହେଲେ ତାଙ୍କୁ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିବ । ମୁଁ ଏ ପାର୍ଟିକୁ ରକ୍ତ ମାଂସ ଦେଇ ବନାଇଛି । ମୋ ରେପୁଟେନରେ ହାତ ଲଗାଇଲେ, ସେ ହାତକୁ କାଟି ଫିଙ୍ଗି ଦେବାର ତାକତ ମୁଁ ରଖୁଛି । ମୁଁ ନିର୍ବାଚନ ଲଢିବି ନାହିଁ ବୋଲି କହିଥିଲି । ହେଲେ କହୁଛି ମୁଁ ନିର୍ବାଚନ ଲଢିବି । ମୁଁ ଦେଖିବି ମୋ ଖିଲାପରେ କେଉଁ ମାନେ କାମ କରିଛନ୍ତି, ସେମାନଙ୍କ ଅବସ୍ଥା କ’ଣ ହେବ ଏବଂ ତାଙ୍କୁ ମୁଁ କ’ଣ କରିବି ? ଅନ୍ୟ ପାର୍ଟିରୁ ଆସି ଆମ ପାର୍ଟିରେ ପଶି କିଛି ଟଙ୍କା ଖର୍ଚ୍ଚ କରି ମତେ ଅସ୍ଥିର କରିବା ପାଇଁ ଚେଷ୍ଟା କରୁଛନ୍ତି । ମୁଁ ଆମ ସାଧାରଣ ସମ୍ପାଦକ ମାନସ ମହାନ୍ତିଙ୍କୁ ଅଭିଯୋଗ କରିଛି । ସେମାନେ ଡିସକସନ୍ କରିବେ ମତେ ନ୍ୟାୟ ଦେବେ । ନହେଲେ ମୁଁ କେନ୍ଦ୍ର ନିକଟରେ ଅବଗତ କରାଇବି । ମୋ ଭଳି ଆଦିବାସୀ ନେତାକୁ ଯିଏ ଅପଦସ୍ତ କରିବାକୁ ଚେଷ୍ଟା କରୁଛି ତାକୁ ଜାଳିକରି ସଫା କରିଦେବି । ଶୁକ୍ରବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏପରି କହିଛନ୍ତି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ।
Related Articles
Check Also
Close




