Breaking Newsଓଡ଼ିଶା

ପୁରୀରୁ ବାଦାମପାହାଡ଼କୁ ଗଡିବ ଏକ୍ସପ୍ରେସ !

ପୁରୀରୁ ବାଦାମପାହାଡ଼କୁ ଗଡିବ ଏକ୍ସପ୍ରେସ ! ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିରନ୍ତର ପ୍ରୟାସ ଓ ହସ୍ତକ୍ଷେପ ଫଳରେ ଶେଷରେ ପୁରୀ-ବାଦାମପାହାଡ଼ ସିଧା ଟ୍ରେନ୍ ସ୍ୱପ୍ନ ସାକାର ହେବାକୁ ଯାଉଛି। ରେଳ ମନ୍ତ୍ରଣାଳୟ ୧୮୪୧୧/୧୮୪୧୨ ପୁରୀ-ବାଦାମପାହାଡ଼ ଏକ୍ସପ୍ରେସ୍‌କୁ ଅନୁମୋଦନ କରିଛି। ରେଳ ବୋର୍ଡ ପକ୍ଷରୁ ୧୯ ଅକ୍ଟୋବର ୨୦୨୬ରେ ଜାରି ଚିଠି ନଂ CC-୨୦୮/୨୦୨୬ ଏବଂ ୨୦୨୬/CHG/୧୬/WCR/୪୧-PT ରେ ଏହା ସ୍ପଷ୍ଟ କରାଯାଇଛି।

ରାଷ୍ଟ୍ରପତି ହେବା ପରଠୁ ନିଜ ଜନ୍ମମାଟି ମୟୂରଭଞ୍ଜର ରେଳ ସଂଯୋଗକୁ ଗୁରୁତ୍ୱ ଦେଇ ଆସୁଥିଲେ। ବାରମ୍ବାର ରେଳ ମନ୍ତ୍ରୀଙ୍କୁ ଭେଟି ଓ ପୂର୍ବତଟ ରେଳପଥର ପ୍ରସ୍ତାବ (୧୦.୦୭.୨୦୨୬) କୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଥିଲେ। ଶେଷରେ ତାଙ୍କ ଉଦ୍ୟମ ସଫଳ ହେଲା। ଏହି ଟ୍ରେନ୍ ପୁରୀରୁ ରାତି ୧୧.୪୫ରେ ବାହାରି ରାଇରଙ୍ଗପୁରରେ ଦ୍ୱିପ୍ରହର ୧୨.୫୩ରେ ପହଞ୍ଚି ବାଦାମପାହାଡ଼ରେ ୧.୪୫ରେ ପହଞ୍ଚିବ।

ଫେରିବା ସମୟରେ ବାଦାମପାହାଡ଼ରୁ ଅପରାହ୍ନ ୪ଟାରେ ବାହାରି ରାଇରଙ୍ଗପୁର ୪.୨୫, ଟାଟାନଗର, କେନ୍ଦୁଝର ଦେଇ ପୁରୀରେ ସକାଳ ୬ଟାରେ ପହଞ୍ଚିବ ଏବଂ ଦୈନିକ ଚାଲିବ। ରାଇରଙ୍ଗପୁର, ବାଦାମପାହାଡ଼, ଅଁଳାଯୋଡ଼ି, ଟାଟାନଗର, ଭୁବନେଶ୍ୱର, କଟକ ସମେତ ୧୯ଟି ଷ୍ଟେସନରେ ରହଣି ରହିବ। ୯ କୋଚ୍ ବିଶିଷ୍ଟ LHB ରେକ୍ ରହିବ। ରେଳ ବୋର୍ଡ ସୂଚନା ଅନୁଯାୟୀ ଶୀଘ୍ର ଏକ ସୁବିଧାଜନକ ତାରିଖରୁ ଟ୍ରେନ୍ ଚଳାଚଳ ଆରମ୍ଭ ହେବ। ଏହି ଖବର ପରେ ବାଦାମପାହାଡ଼, ବାହଲଦା ଅଞ୍ଚଳର ଜନସାଧାରଣରେ ଖୁସିର ଲହରୀ ଖେଳିଯାଇଛି।

Related Articles

Back to top button