ଜାତୀୟରାଜନୀତି

ଯମୁନା ପାଣିକୁ ନେଇ ମହାଡ୍ରାମା! ନଦୀ ଭିତରକୁ ପଶିଲେ ମନୋଜ ତିୱାରୀ

ନଦୀରେ ବୁଡ଼ ପକାଇଲେ ବିଜେପି ସାଂସଦ ମନୋଜ ତିୱାରୀ । ଯମୁନା ନଦୀ ଜଳ ପ୍ରଦୂଷଣ ବୋଲି ବିରୋଧୀ ଦଳ କହିଥିଲେ । ଏହା ପରେ ପ୍ରମାଣ ଦେବାକୁ ଯାଇ ନଦୀ ପାଣି ଭିତରକୁ ପଶିଗଲେ ବିଜେପି ସାଂସଦ ମନୋଜ ତିୱାରୀ । ଆଉ ତାଙ୍କୁ ଏଥିରେ ସମର୍ଥନ କରିଛନ୍ତି କେନ୍ଦ୍ରମନ୍ତ୍ରୀ କିରନ୍ ରିଜିଜୁ । ହଁ ଆଜ୍ଞା ଛଠ ପୂଜା ପୂର୍ବରୁ ଯମୁନା ନଦୀକୁ ନେଇ ରାଜନୀତି ଆରମ୍ଭ । ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଆମ୍ ଆଦମୀ ପାର୍ଟି (ଆପ୍) ମଧ୍ୟରେ ରାଜନୈତିକ କାଦୁଅଫିଙ୍ଗା ତୀବ୍ର ହୋଇଛି।

ଉତ୍ତର-ପୂର୍ବ ଦିଲ୍ଲୀ ସାଂସଦ ମନୋଜ ତିୱାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନେତୃତ୍ୱରେ ଯମୁନା ସଫେଇ କାର୍ଯ୍ୟକୁ ଶ୍ରେୟ ଦେଇ ନଦୀ ଜଳ ପୂର୍ବପେକ୍ଷା ଯଥେଷ୍ଟ ସ୍ୱଚ୍ଛ ହୋଇଥିବା ଦାବି କରିଥିଲେ। ଅନ୍ୟପକ୍ଷରେ, ଆମ୍ ଆଦମୀ ପାର୍ଟି ଏହାକୁ ନିର୍ବାଚନୀ ‘ଡ୍ରାମା’ ବୋଲି କହି ବିଜେପିର ଦାବିକୁ ଖଣ୍ଡନ କରିଛି। ଆପ୍ କର୍ମୀମାନେ ଉକ୍ତ ସ୍ଥାନ ପରିଦର୍ଶନ କରି ଯମୁନା ଜଳ ଏବେ ବି କଳା ଏବଂ ଅତ୍ୟନ୍ତ ପ୍ରଦୂଷିତ ଅଛି ବୋଲି ଦର୍ଶାଇଥିଲେ। ନଦୀକୁ ମଇଳା ନାଳ ନିଷ୍କାସିତ ହେଉଥିବା ସ୍ଥାନରେ ବୁଡ଼ ପକାଇ, ସେହି ପାଣି ପିଇ ଲାଇଭଷ୍ଟ୍ରିମ୍ କରି ଦେଖାଇବାକୁ ‘ଆପ୍’ ମନୋଜ ତିୱାରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛି।

Related Articles

Back to top button