
ଭୁବନେଶ୍ୱର, ଶନିବାର ଦିନ, ନୂଆଦିଲ୍ଲୀର ବିଜେପି ମୁଖ୍ୟାଳୟରେ, ଦଳର ନୂତନ ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳର, ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ Gen Z ବା ଯୁବପିଢ଼ିଙ୍କୁ, ବିଜେପି ସଂଗଠନ ସହିତ ସଂଯୋଗ କରିବା, ସୋସିଆଲ ମିଡିଆ ରଣନୀତି ଏବଂ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଭଳି ବିଷୟଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ଶନିବାରର ବୈଠକ ତିନୋଟି ପୃଥକ ଅଧିବେଶନରେ, ଅନୁଷ୍ଠିତ ହୋଇଥିଲା। ପ୍ରଥମଟି ନୂତନ ଦଳର ପରିଚୟ ବୈଠକ ଥିଲା, ଦ୍ୱିତୀୟଟି “Modi@25” କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଉପରେ, ଧ୍ୟାନ ଦେଇଥିଲା ଏବଂ ତୃତୀୟଟି ସାଂଗଠନିକ ରଣନୀତି ଏବଂ ନିର୍ବାଚନ ପ୍ରସ୍ତୁତି ପାଇଁ ଏକ ରୋଡମ୍ୟାପ୍ ଉପରେ, ଆଲୋଚନା କରାଯିବା ପାଇଁ ହୋଇଥିଲା। ୨୦୨୭ରେ ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶ ଭଳି, ପ୍ରମୁଖ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ରାଜ୍ୟଗୁଡ଼ିକରେ କ୍ଷମତା ବଜାୟ ରଖିବା, ଏବଂ ଜିତିବା ନୂତନ ଦଳ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ହେବ।ନୀତିନ ନବୀନଙ୍କ ନୂତନ ଦଳରେ ଅନେକ ବରିଷ୍ଠ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ ରାମ ମାଧବ, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତ ଏବଂ ଓଡ଼ିଶାର ବୈଜୟନ୍ତ ଜୟ ପଣ୍ଡାଙ୍କୁ ଜାତୀୟ ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି ।




