ଅନ୍ୟାନ୍ୟଓଡ଼ିଶା

ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଲା ଓଡିଶା ପୁଲିସ ଡିଜି ନିଯୁକ୍ତି ମାମଲା

ଭୁବନେଶ୍ୱର ,ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଲା, ଓଡିଶା ପୁଲିସ ଡିଜି, ନିଯୁକ୍ତି ମାମଲା।ପୋଲିସ୍ ଡିଜି ଚୟନ ପ୍ରକ୍ରିୟାରେ, ୨୦୦୬ ପ୍ରକାଶ ସିଂ ଜଜମେଣ୍ଟକୁ ଉଲଂଘନ କରାଯାଇଥିବା ନେଇ, ଆବେଦନକାରୀଙ୍କ ପକ୍ଷରୁ ଅଭିଯୋଗ କରିଛନ୍ତି, ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍। ଓଡ଼ିଶା ଡିଜିପି ଚୟନ ବିବାଦ ନେଇ, ଆଜି ସୁପ୍ରିକୋର୍ଟରେ ହେବ ଶୁଣାଣି। ଆଗତ ଜନସ୍ବାର୍ଥ ମାମଲାରେ ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି.ମୋହନାଙ୍କ ବେଞ୍ଚ ଏହି ମାମଲାକୁ, ବୁଧବାର ତାଲିକାଭୁକ୍ତ କରିବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି।ଓଡ଼ିଶା ସରକାର DGP ନିଯୁକ୍ତି ସଂପର୍କରେ, ସର୍ବୋଚ୍ଚ କୋର୍ଟଙ୍କ ରାୟକୁ ଏଡ଼ାଇବାକୁ ଚେଷ୍ଟା କରୁଛନ୍ତି ଏବଂ ସେଥିପାଇଁ ସିଲେକସନ୍ ପ୍ୟାନେଲରେ, ଅଯୋଗ୍ୟ ଅଧିକାରୀଙ୍କୁ ସାମିଲ୍ କରୁଛନ୍ତି ବୋଲି, ଅଭିଯୋଗ ହୋଇଛି। ରାଜ୍ୟର ନୂଆ ପୋଲିସ୍ ମୁଖିଆ ଚୟନ ପ୍ରକ୍ରିୟା ଭିତରେ ,୧୯୯୪ ବ୍ୟାଚର ଆଇପିଏସ୍ ଅଫିସର, ସଂଜୀବ ପଣ୍ଡା ଓ ଯଶବନ୍ତ ଜେଠୱାଙ୍କୁ, ଡିଜି ପାହ୍ୟାକୁ ପଦୋନ୍ନତି ପରେ, ବଢିଛି ବିବାଦ।

Related Articles

Back to top button