Breaking Newsପାଣିପାଗ

ଆକ୍ସନ ମୋଡ୍‌ରେ ପ୍ରଶାସନ। BMC ଅଧିକାରୀଙ୍କ ଛୁଟି ବାତିଲ୍‌

ସମ୍ଭାବ୍ୟ ବାତ୍ୟାକୁ ନେଇ ଆକ୍ସନ ମୋଡ୍‌ରେ ପ୍ରଶାସନ। ବାତ୍ୟାର ମୁକାବିଲା ପାଇଁ ଭୁବନେଶ୍ୱରରେ ଜୋରଦାର ହୋଇଛି ପ୍ରସ୍ତୁତି। ଜରୁରୀ ବୈଠକ ଡାକି ବିଭିନ୍ନ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛି ଭୁବନେଶ୍ବର ମ୍ୟୁନିସିପାଲିଟି କର୍ପୋରେସନ । ସମସ୍ତ ବିଏମ୍ସି ଅଧିକାରୀଙ୍କ ଛୁଟି ବାତିଲ୍‌ କରାଯାଇଥିବା ବେଳେ କାର୍ଯ୍ୟରେ ଅବହେଳା କଲେ JE ଓ AEଙ୍କ ବିରୋଧରେ ନିଲମ୍ବନ ଭଳି କଠୋର କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି।

ବାତ୍ୟା ସମୟରେ ଜଳବନ୍ଦୀ ସମସ୍ୟା ଓ ରାସ୍ତା ଅବରୋଧ ରୋକିବା ଉପରେ ଦିଆଯାଇଛି ସର୍ବାଧିକ ଗୁରୁତ୍ୱ। ତୋରଣ, ରାସ୍ତା ମଝିରେ ଥିବା ବାଉଁଶ ଏବଂ ଅସ୍ଥାୟୀ ହୋର୍ଡିଂ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଳବନ୍ଦୀ ପ୍ରବଣ ଅଞ୍ଚଳରେ ପମ୍ପ ଓ ଅପରେଟର ମୁତୟନ ସହ ରାତିରେ ମଧ୍ୟ ପମ୍ପ ଚାଲୁ ରଖିବାକୁ କୁହାଯାଇଛି। ପ୍ରତି ୱାର୍ଡରେ ଜଣେ ଇଞ୍ଜିନିୟରଙ୍କୁ ଦାୟିତ୍ୱ ଦିଆଯିବ। ଏଥିସହ ମୁଖ୍ୟ ରାସ୍ତାର ଷ୍ଟ୍ରିଟ୍‌ ଲାଇଟ୍‌ ତୁରନ୍ତ ମରାମତି କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

କୌଣସି ଲୋକମାନେ ଭୟଭୀତ ନ ହୋଇ ଜିଲ୍ଲା ପ୍ରଶାସନ କୁ ସହଯୋଗ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ ଅନୁରୋଧ କରିଛନ୍ତି। ଏହା ସହିତ ସମୁଦ୍ର କୂଳରୁ ୫ କିଲୋମିଟର ଭିତରେ ଥିବା ସବୁ ଗାଁ କୁ ସେଠାରୁ ସ୍ଥାନାନ୍ତର କରାଯିବା ସହ ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଜିଲ୍ଲା ପ୍ରଶାସନ ଚେଷ୍ଟା କରୁଛନ୍ତି। Ndrf ର ୮ ଟି ଟିମ୍ ଓ odrf ର ୪୦ ଟି ଟିମ୍ ମୁତୟନ ରହିଛନ୍ତି। ଦକ୍ଷିଣ ଓଡ଼ିଶା ପାଇଁ ରିଜର୍ଭ ଫୋର୍ସ ମଧ୍ୟ ମୁତୟନ ରହିଛନ୍ତି।

Related Articles

Back to top button