
ଭୁବନେଶ୍ୱର,ନୂଆ ସିମ ଉପରେ ସରକାର ରଖିବେ କଡ଼ା ନଜର। ଏନେଇ ଅଗଷ୍ଟ ୨୪ରୁ ଏକ ନୂଆ ନିୟମ ଆସିବାକୁ ଯାଉଛି ।ଏଣିକି ଆପଣଙ୍କ ନାଁରେ ଯଦି ୯ଟି ମୋବାଇଲ୍ କନେକ୍ସନ ରହିଛି, ତେବେ ଏଣିକି ୧୦ମ SIM ନେବା ସହଜ ହେବନି। ଦୂରସଞ୍ଚାର ବିଭାଗ ଟେଲିକମ୍ କମ୍ପାନୀଗୁଡ଼ିକୁ, ନୂଆ ନିର୍ଦ୍ଦେଶ ଦେଇଛି। ଅଗଷ୍ଟ ୨୪ରୁ, ଯେଉଁ ବ୍ୟକ୍ତିଙ୍କ ନାଁରେ ପୂର୍ବରୁ ୯ଟି SIM ରହିଛି, ତାଙ୍କୁ ଆଉ ନୂଆ ସିମ୍ ଦିଆଯିବ ନାହିଁ। ଟେଲିକମ୍ କମ୍ପାନୀଗୁଡ଼ିକୁ ନଭେମ୍ବର ୩୦ ସୁଦ୍ଧା, ନୂଆ SIM ଜାରି ପ୍ରକ୍ରିୟାରେ, ଏହି ବ୍ୟବସ୍ଥାକୁ ରିଅଲ୍-ଟାଇମ୍ରେ ଲାଗୁ କରିବାକୁ କୁହାଯାଇଛି। ତେଣୁ ଆପଣଙ୍କ ନାଁରେ କେତେଟି SIM ଚାଲୁଛି, ଥରେ ଯାଞ୍ଚ କରିନେବା ଭଲ। ଏହି ଯାଞ୍ଚ ପାଇଁ DoTର Digital Intelligence Platform ବା DIP ବ୍ୟବହାର କରାଯିବ। ଅଗଷ୍ଟ ୨୩ରୁ ୯ଟି କନେକ୍ସନ ଥିବା ଗ୍ରାହକଙ୍କ ଫଟୋର ପ୍ରତିନିଧି ଚିତ୍ର DIPରେ, ଉପଲବ୍ଧ ହେବ। ଟେଲିକମ୍ କମ୍ପାନୀଗୁଡ଼ିକ ପ୍ରତିଦିନ, ଏହି ତଥ୍ୟ ଡାଉନଲୋଡ୍ କରି ନୂଆ SIM ନେବାକୁ ,ଆସୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବେ। ଏବଂ ସେମାନଙ୍କୁ ୧୦ମ ସିମ୍ ଦେବେ ନାହିଁ ।




