ଅନ୍ତର୍ଜାତୀୟରାଜନୀତି

ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ମୁଜତାବା ଖାମେନେଇ ଙ୍କ ବୟାନ

ଭୁବନେଶ୍ୱର ,ଇରାନର ସୁପ୍ରିମ ଲିଡର ଆୟାତୁଲ୍ଲା ମୁଜତାବା ଖାମେନେଇ ଶନିବାର, ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଏକ ପୋଷ୍ଟ ଶେୟାର କରିଛନ୍ତି। ପୋଷ୍ଟରେ ଖାମେନେଇ ଲେଖିଛନ୍ତି, ‘ଇରାନ ଏବଂ ଆମେରିକାର ରାଷ୍ଟ୍ରପତିଙ୍କ ଦ୍ୱାରା ସ୍ୱାକ୍ଷରିତ ବୁଝାମଣା ପତ୍ରକୁ ଆମେରିକା ପକ୍ଷରୁ, ବାରମ୍ବାର ଉଲ୍ଲଂଘନ କରାଯିବା ପୁଣିଥରେ ଏହି ସତ୍ୟକୁ ପଦାରେ ପକାଇଛି ଯେ, ଆମେରିକୀୟ ରାଷ୍ଟ୍ରପତିଙ୍କ ଦସ୍ତଖତର କୌଣସି ମୂଲ୍ୟ ନାହିଁ ଏବଂ ସେମାନଙ୍କର କୌଣସି ବିଶ୍ୱସନୀୟତା ନାହିଁ।’ ପଶ୍ଚିମ ଏସିଆରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ, ଆମେରିକା ଦ୍ୱାରା ଇରାନ ଉପରେ, କ୍ରମାଗତ ଭାବେ କରାଯାଉଥିବା ଆକ୍ରମଣକୁ ନେଇ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ମୁଜତାବା ଖାମେନେଇ ଶନିବାର , ଏକ ବଡ଼ ବୟାନ ଦେଇଛନ୍ତି।ଖାମେନେଇ କହିଛନ୍ତି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଶାନ୍ତି ଚୁକ୍ତିନାମାରେ କରାଯାଇଥିବା ଦସ୍ତଖତ ସମ୍ପୂର୍ଣ୍ଣ ଅର୍ଥହୀନ। ସେ ଟ୍ରମ୍ପଙ୍କୁ ନେଇ କହିଛନ୍ତି ଯେ, ତାଙ୍କର କୌଣସି ବିଶ୍ୱସନୀୟତା ନାହିଁ।ଆମେରିକୀୟ ସେଣ୍ଟ୍ରାଲ କମାଣ୍ଡ ଏବଂ ଏହାର ସହଯୋଗୀ ସୈନ୍ୟବାହିନୀ ଶୁକ୍ରବାର ଜୋର୍ଡାନରେ, ଇରାନ ଦ୍ୱାରା କରାଯାଇଥିବା ବାଲିଷ୍ଟିକ୍ ମିସାଇଲ ଓ ଡ୍ରୋନ୍ ଆକ୍ରମଣ ବିରୋଧରେ ପ୍ରତିରକ୍ଷା ଅଭିଯାନ ଚଳାଉଥିଲେ।

Related Articles

Back to top button