ଓଡ଼ିଶାରାଜନୀତି

୫୦୦ କୋଟିର ବନ୍ୟା ସହାୟତା ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,ବନ୍ୟା ସମୟରେ ଓଡ଼ିଶାର ଲୋକଙ୍କ ସହ ଦୃଢ଼ ଭାବେ ଛିଡ଼ା ହୋଇ ସହାୟତା ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୫୦୦ କୋଟିର ବନ୍ୟା ସହାୟତା ପ୍ରଦାନ କଲେ କେନ୍ଦ୍ର ସରକାର। ଏହି ସହାୟତା ରାଶି SDRFକୁ ପ୍ରଦାନ କରାଯାଇଛି। ଏନେଇ ମଞ୍ଜୁରୀ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ସରକାର ୭ଟି ବନ୍ୟା ପ୍ରଭାବିତ ରାଜ୍ୟକୁ ମୋଟ ୨ ହଜାର ୧୧୭ କୋଟି ଟଙ୍କା ବନ୍ୟା ସହାୟତା ପ୍ରଦାନ କରିଛନ୍ତି। ଓଡ଼ିଶା ଗୁଜରାଟ, ମହାରାଷ୍ଟ୍ରକୁ ସର୍ବାଧିକ ୫୦୦ କୋଟି ଟଙ୍କା ଲେଖାଏଁ ମିଳିଥିବାବେଳେ, ଆସାମକୁ ୩୭୯.୩୫ କୋଟି, ଅରୁଣାଚଳ ପ୍ରଦେଶକୁ ୪୪.୫୫ କୋଟି, ହିମାଚଳ ପ୍ରଦେଶକୁ ୧୯୩.୯୫ କୋଟି ଟଙ୍କା, ବନ୍ୟା ସହାୟତା ମିଳିଛି। ଏହାକୁ ରାଜ୍ୟଗୁଡ଼ିକର ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ, କେନ୍ଦ୍ରୀୟ ଅନୁଦାନ ଭାବେ ପ୍ରଦାନ କରାଯିବ। କ୍ଷୟକ୍ଷତିର ଆକଳନ କରିବା ପାଇଁ, ଅରୁଣାଚଳ ପ୍ରଦେଶ ଏବଂ ଆସାମକୁ, ଆନ୍ତଃ-ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ଗସ୍ତ କରିଛନ୍ତି।

Related Articles

Back to top button