Uncategorized

ବନ୍ୟା ସ୍ଥିତି ସୁଧୁରିବାକୁ ଲାଗିବ ୩ ଦିନ: ସ୍ୱାସ୍ଥ୍ୟସେବା ପାଇଁ ୧୨୪ଟି ମେଡିକାଲ ଟିମ୍ ନିୟୋଜିତ

ଭୁବନେଶ୍ୱର: ସୁବର୍ଣ୍ଣରେଖାକୁ ବାଦ ଦେଇ ରାଜ୍ୟର ଅନ୍ୟ ସମସ୍ତ ପ୍ରମୁଖ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ତେବେ ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ସୁଧୁରିବା ପାଇଁ ଆହୁରି ୩ ଦିନ ସମୟ ଲାଗିବ। ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ଓ ସାପକାମୁଡ଼ା ଭଳି ବିପଦକୁ ଦୃଷ୍ଟିରେ ରଖି ପ୍ରଭାବିତ ଅଞ୍ଚଳରେ ୧୨୪ଟି ମେଡିକାଲ ଟିମ୍ ନିୟୋଜିତ କରାଯାଇଛି। ଅନ୍ୟପଟେ ବେଆଇନ ଭାବେ BPPL ଗେଟ୍‌ ଖୋଲାଯାଇଥିବାରୁ ସରକାର କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବିଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜେନାପୁରଠାରେ ବ୍ରାହ୍ମଣୀ ନଦୀର ବିପଦ ସଙ୍କେତ ୨୩ ମିଟର ଥିବାବେଳେ ଜଳସ୍ତର ୨୧.୩୮ ମିଟରକୁ ହ୍ରାସ ପାଇଛି। ଆଖୁଆପଦାରେ ବୈତରଣୀର ବିପଦ ସଙ୍କେତ ୧୮.୩୩ ମିଟର ଥିବାବେଳେ ସକାଳ ୯ଟା ସୁଦ୍ଧା ଏହା ୧୭.୯୮ ମିଟରରେ ପ୍ରବାହିତ ହେଉଛି। ସେହିପରି ବୁଢ଼ାବଳଙ୍ଗ ନଦୀର ବିପଦ ସଙ୍କେତ ୮.୧୩ ମିଟର ଥିବାବେଳେ ଜଳସ୍ତର ୫.୭୬ ମିଟର ରହିଛି। ଜଳକା ନଦୀର ଜଳସ୍ତର ମଧ୍ୟ ବିପଦ ସଙ୍କେତ ତଳେ ରହିଛି।

Related Articles

Back to top button