ଜୀବନଶୈଳୀପାଣିପାଗ

ପଟ୍ଟାମୁଣ୍ଡାଇ ଅଞ୍ଚଳର ଅନେକ ଗାଁ ପାଣି ଘେରରେ ରହିଛି

ଭୁବନେଶ୍ୱର ,ମାସକ ଭିତରେ ତିନି ତିନିଟି ବନ୍ୟା ଆସିଛି। ଜଳବନ୍ଦୀ ଜୀବନ ଭିତରେ, ଗୋଡ଼ କାଢ଼ି ,ତେଲ ଲୁଣ ପାଇଁ ବାହାରକୁ ଯିବାକୁ ହେଲେ, ଏଭଳି ହୁଲି ଡଙ୍ଗା, ସାଜିଛି ସାହା ଭରସା। ମାନପୁର -ଗୋବିନ୍ଦପୁର ରାସ୍ତା ଉପରେ ୭ ଫୁଟ ଉଚ୍ଚର, ପାଣି ଚାଲୁଛି।ଆଳି ବ୍ଲକର ୧୬ଟି, ପଞ୍ଚାୟତ ଓ ରାଜକନିକା ୧୫ଟି ପଞ୍ଚାୟତ ବନ୍ୟାପାଣି ଘରରେ, ରହିଛି। ୩ରୁ ୪ଦିନ ହେବ ବନ୍ୟାପାଣି ଘେରି ରହିବା ଫଳରେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ମଧ୍ୟ ବଢ଼ିବାରେ ଲାଗିଛି। ଆଳିର ଧୋୟା ଅଞ୍ଚଳ ମଧ୍ୟ ବନ୍ୟା ଦ୍ବାରା, ପ୍ରଭାବିତ ହୋଇଛି।  ପଟ୍ଟାମୁଣ୍ଡାଇ ଅଞ୍ଚଳର ଅନେକ ଗାଁ  ମଧ୍ୟ ,ପାଣି ଘେରରେ ରହିଛି। ପଟ୍ଟାମୁଣ୍ଡାଇ ସହରର ୩, ୫, ୬, ୭, ୮ ଓ ୧୦ ନମ୍ବର୍ ଓ୍ବାର୍ଡ, ଏବେ ପାଣି ଘେରରେ ରହିଛି। ପଟ୍ଟାମୁଣ୍ଡାଇ ମହାବୀର ବଜାର, ଅଞ୍ଚଳ ପାଣି ଘେରରେ ଥିବା ବେଳେ, ଦୋକାନ ବଜାର ସବୁ ବନ୍ଦ ରହିଛି। ସେହିପରି ଆଳି ଓ ରାଜକନିକା ବ୍ଲକର ୩୧ଟି ପଞ୍ଚାୟତ ପାଣି ଘେରରେ, ରହିଛି।

Related Articles

Back to top button