
ଭୁବନେଶ୍ୱର ,ବଙ୍ଗୋପସାଗରରେ ଆଉ ଏକ ଲଘୁଚାପର ସମ୍ଭାବନା ରହିଛି ।
ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଓଡ଼ିଶାରେ ,ବ୍ୟାପକ ବର୍ଷା କରାଇପାରେ।
ଯଦି ଲଘୁଚାପ ଶକ୍ତିଶାଳୀ ହୁଏ ତେବେ ଉପକୂଳ- ଉତ୍ତର ସମେତ, ଦକ୍ଷିଣ ଓଡ଼ିଶାରେ ବି ଅତିପ୍ରବଳ ବର୍ଷା ହୋଇପାରେ ।
ତେବେ ଏନେଇ ପାଣିପାଗ ବିଭାଗ ପକ୍ଷରୁ ଏଯାଏଁ ସତର୍କ କରାଯାଇନଥିଲେ ମଧ୍ୟ, ବିଭିନ୍ନ ମଡେଲର ଆକଳନ ଏହିଭଳି ସକେତ ଦେଉଛି ।
ଜୁଲାଇ ୧୪ରେ ସର୍ବାଧିକ ବର୍ଷା ହେବାର, ଆଶଙ୍କା ରହିଛି।
ବିଶେଷ କରି ଓଡ଼ିଶାର ଉତ୍ତର ଓ ଉପକୂଳ ଜିଲ୍ଲାଗୁଡ଼ିକ ଅତିମାତ୍ରାରେ ପ୍ରଭାବିତ ହୋଇପାରନ୍ତି ।




