ଓଡ଼ିଶାପାଣିପାଗ

ପୁଣି ଆସୁଛି ଲଘୁଚାପ

ଭୁବନେଶ୍ୱର ,ରଥଯାତ୍ରା ବେଳକୁ ଓଡ଼ିଶାର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ….15 କିମ୍ବା 16 ତାରିଖରେ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ, ଲଘୁଚାପ ସୃଷ୍ଟି ହୋଇପାରେ । ପାଗ ଅନୁକୂଳ ଥିବାରୁ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ, ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ରାଜ୍ୟର ଉତ୍ତର ଓଡି଼ଶା ସମେତ ଅନ୍ୟାନ୍ୟ ସ୍ଥାନରେ, ପ୍ରବଳ ବର୍ଷା ସମ୍ଭାବନା ରହିଛି ।ଗତ 24 ଘଣ୍ଟା ମଧ୍ୟରେ 13ଟି ସ୍ଥାନରେ ଵର୍ଷା ରେକର୍ଡ ହୋଇଥିବା 2ଟି ସ୍ଥାନରେ, ପ୍ରବଳ ବର୍ଷା ରେକର୍ଡ ହୋଇଛି । ସର୍ବାଧିକ ବର୍ଷା ଖୋର୍ଦ୍ଧା ବାଲିପାଟଣାରେ 90 ମିମି ରେକର୍ଡ ହୋଇଛି । ସେପଟେ ଚଳିତ ମୌସୁମୀ ଅର୍ଥାତ ଜୁନ 1ରୁ , ରାଜ୍ୟରେ 347.5 ମିମି ବର୍ଷା ରେକର୍ଡ ହୋଇଛି । ଏହା ସ୍ୱାଭାବିକ ବର୍ଷାଠାରୁ 11 ପ୍ରତିଶତ ଅଧିକ ବର୍ଷା ରାଜ୍ୟରେ ହୋଇଛି ।ରାଜ୍ୟରେ ମୌସୁମୀ ବର୍ଷା ମଧ୍ୟ ସକ୍ରିୟ ଥିବା ବେଳେ, ଆସନ୍ତା ୫ ଦିନ ଯାଏଁ କିଛି କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକରୁ, ମଧ୍ୟମ ଧରଣର, ବର୍ଷା ସମ୍ଭାବନା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Related Articles

Back to top button