ଓଡ଼ିଶାସ୍ୱାସ୍ଥ୍ୟ

ଚିଲିକାରେ ଫସିଲା ଯାତ୍ରୀବାହୀ ଭସାପୋଲ।

ଭୁବନେଶ୍ୱର,ଚିଲିକାରେ ପ୍ରବଳ କୁହୁଡି କାରଣରୁ ବାଟ ନ ଦେଖାଯିବାରୁ ଅଟକି ଯାଇଛି ଭସାପୋଲ।

ହେଲେ ଏସବୁ ଭିତରେ ଏକ ବଡ଼ ଅଘଟଣ ଖବର ଆସିଛି।

ଗତକାଲି ଚିଲିକାରେ ନୂଆବର୍ଷ ପାଳନ କରି ଆଜି ଫେରିବା ସମୟରେ ଜଣେ ବ୍ୟକ୍ତି ଏହି ଭସାପୋଲରୁ ନିଖୋଜ ଅଛନ୍ତି।

ନିଖୋଜ ବ୍ୟକ୍ତି ଜଣକ ହେଲେ ଉମାଶଙ୍କର ଶାବତ, ସେ ବ୍ରହ୍ମପୁରରୁ ବୋଲି ଜଣାପଡ଼ିଛି। ଭସାପୋଲ ପାଖରେ ତାଙ୍କ ଟୋପି ଓ ଚପଲ ପଡ଼ିଛି।

କିନ୍ତୁ ତାଙ୍କ ପତ୍ତା ମିଳୁନି।ମଝି ଚିଲିକାରେ ଫସିଲେ ଯାତ୍ରୀ, ଜଣେ ନିଖୋଜ ମିଳୁନି ପତ୍ତା।

ଚିଲିକାରେ ଫସିଲା ଯାତ୍ରୀବାହୀ ଭସାପୋଲ।

କିଛି ଘଣ୍ଟା ଧରି ମଝି ଚିଲିକାରେ ଅଟକି ରହିଛି। ଭସାପୋଲଟି ସାତପଡାରୁ ଜହ୍ନିକୁଦା ଅଭିମୁଖେ ଆସୁଥିଲା।

ଏଥିରେ ୫୦ ଜଣ ଯାତ୍ରୀ ଙ୍କ ସହ ଗୋଟିଏ ଯାତ୍ରୀବାହୀ ବସ, ୨ଟି କାର ରହିଛି।

Related Articles

Back to top button