
ଭୁବନେଶ୍ୱର,ବୁଧବାର ପ୍ରାୟ ୨ଟା ସମୟରେ, କୋଲକାତାରେ ଏକ ହୋଟେଲରେ, ହଠାତ୍ ନିଆଁ ଲାଗିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଓ ଜରୁରୀକାଳୀନ ସେବା ଟିମ୍ ତୁରନ୍ତ ଘଟଣାସ୍ଥଳରେ, ପହଞ୍ଚି ଉଦ୍ଧାର ଓ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ହୋଟେଲ ଭିତରେ ଥିବା ପ୍ରାୟ ୮୦ ଜଣଙ୍କୁ ସୁରକ୍ଷିତ ଭାବେ, ବାହାରକୁ ଅଣାଯାଇଥିଲା। ଧୂଆଁ ଯୋଗୁଁ ଅନେକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ। ଉଦ୍ଧାର କରାଯାଇଥିବା ୬ ଜଣ ଆହତଙ୍କୁ ତୁରନ୍ତ, ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି। ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ, ସୂଚନା ମିଳିନାହିଁ।ଅଗ୍ନିକାଣ୍ଡ କେଉଁଠାରୁ ଓ କିପରି ଆରମ୍ଭ ହେଲା, ନିଆଁ ନିର୍ବାପଣ ବ୍ୟବସ୍ଥା କିପରି ଥିଲା, ଏବଂ ଘଟଣା ସମୟରେ କୌଣସି, ଅବହେଳା ହୋଇଥିଲା କି ନାହିଁ, ସେନେଇ ଅଧିକାରୀମାନେ, ଯାଞ୍ଚ କରୁଛନ୍ତି।ଏହି ଭୟାବହ ଅଗ୍ନିକାଣ୍ଡକୁ ନେଇ କୋଲକାତାରେ, ଚାଞ୍ଚଲ୍ୟ ଖେଳିଯାଇଛି। ତଦନ୍ତ ଶେଷ ହେବା ପରେ, ଅଗ୍ନିକାଣ୍ଡର ପ୍ରକୃତ କାରଣ ସମ୍ପର୍କରେ, ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ।




