ଓଡ଼ିଶାସ୍ୱାସ୍ଥ୍ୟ

ବିଧାନସଭାରେ ମିଳିବ ଫିଜିଓଥେରାପି ଚିକିତ୍ସା

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;    ଓଡ଼ିଶା ବିଧାନସଭା ପରିସରରେ ମିଳିବ ଫିଜିଓଥେରାପି ଚିକିତ୍ସା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏ ନେଇ ବୁଧବାର ଏକ ଅତ୍ୟାଧୁନିକ ଫିଜିଓଥେରାପି ସେଣ୍ଟରର ଉଦ୍‌ଘାଟନ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଫିଜିଓଥେରାପି କେନ୍ଦ୍ର ସ୍ଥାପନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ନୂତନ ଫିଜିଓଥେରାପି କେନ୍ଦ୍ର ବର୍ତ୍ତମାନ ଓ ପୂର୍ବତନ ବିଧାୟକବୃନ୍ଦ, ସେମାନଙ୍କ ପରିବାର ଏବଂ ବିଧାନସଭାର ସମସ୍ତ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ରକ୍ଷା ଦିଗରେ ଏକ କଲ୍ୟାଣକାରୀ ପଦକ୍ଷେପ ।

ବିଶେଷକରି ଆମର ବୟୋଜ୍ୟେଷ୍ଠ ପ୍ରତିନିଧିମାନେ ଏହା ଦ୍ୱାରା ବହୁଳ ଭାବେ ଉପକୃତ ହୋଇପାରିବେ । ଏଭଳି ସାରସ୍ୱତ ଉଦ୍ୟମ ଓ ଜନକଲ୍ୟାଣକାରୀ ପ୍ରୟାସ ପାଇଁ ଓଡ଼ିଶା ବିଧାନ ସଭା ସଚିବାଳୟ ଏବଂ ଗବେଷଣା ଶାଖାକୁ ଆନ୍ତରିକ ସାଧୁବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟମାନଙ୍କ ମଧ୍ୟରେ ବାଚସ୍ପତି ସୁରମା ପାଢ଼ୀ, ଉପ-ବାଚସ୍ପତି ଭବାନୀ ଭୋଇ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହିଥିଲେ ।

Related Articles

Back to top button