ଅନ୍ୟାନ୍ୟଜାତୀୟ

ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର,ଅଗଷ୍ଟ ୧୫ରେ ପାଳନ ହେବାକୁ ଥିବା ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି, ଦିଲ୍ଲୀ ସମେତ ଦେଶର ଅନ୍ୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।ଗୁରୁତ୍ୱ ସ୍ଥାନଗୁଡ଼ିକରେ ପୁଲିସ କର୍ମଚାରୀ ମୁତୟନ କରାଯାଇଛି। ସାର୍ବଜନୀନ ସ୍ଥାନ ଏବଂ ଅଗଷ୍ଟ ୧୫ ପୂର୍ବରୁ ଅଧିକ ଲୋକଙ୍କ, ସମାଗମ ହେବାକୁ ଥିବା ଅଞ୍ଚଳ ଉପରେ ମଧ୍ୟ ସୁରକ୍ଷା ଟିମ୍‌ଗୁଡ଼ିକ ତୀକ୍ଷ୍ଣ ନଜର ରଖିଛନ୍ତି। ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ସ୍ୱାଧୀନତା ଦିବସ ପାଇଁ କଡ଼ାକଡ଼ି ହୋଇଥିବା ବେଳେ, ଶୁକ୍ରବାର ଦିଲ୍ଲୀ ହାଇକୋର୍ଟକୁ ବୋମା ଧମକ ମିଳିଛି। ଏକ ଇମେଲ୍ ମାଧ୍ୟମରେ, ଏହି ଧମକ ଦିଆଯାଇଥିବା ଜଣାପଡ଼ିଛି।ଦିଲ୍ଲୀ ହାଇକୋର୍ଟ ବାର୍ ଆସୋସିଏସନର ଯୁଗ୍ମ ସଚିବ କୁନାଲ ମଲହୋତ୍ରା କହିଛନ୍ତି ଯେ, ଧମକଟି ନକଲି ମନେ ହେଉଛି। ସେ କହିଛନ୍ତି, ସମସ୍ତ ପ୍ରକାରର ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ।ଆଉ ୫ଟି ସ୍ଥାନକୁ  ମଧ୍ୟ ,ବୋମା ଧମକ ମିଳିଛି। ସମସ୍ତ ସ୍ଥାନକୁ ଅଗ୍ନିଶମ ବାହିନୀର, ଗାଡ଼ି ପଠାଯାଇଥିଲା । ଅଗଷ୍ଟ ୧୫ରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ, ସମ୍ବୋଧନ କରିବେ।ଅଗଷ୍ଟ ୩ ତାରିଖରେ ଦିଲ୍ଲୀ ମେୟରଙ୍କ କାର୍ଯ୍ୟାଳୟକୁ, ଅଷ୍ଟମ ଥର ପାଇଁ ବୋମା ଧମକ ମିଳିଥିଲା।

Related Articles

Back to top button