ଓଡ଼ିଶାଜାତୀୟରାଜନୀତି

ସଂସଦର ମୌସୁମୀ ଅଧିବେଶନରେ କ୍ଷତି ୨୧୬ କୋଟି ଟଙ୍କା: ଅପରାଜିତା

ମୋବାଇଲ ନ୍ୟୁଜ24×7 ବ୍ୟୁରୋ;   ସଂସଦ ଯେଉଁଭଳି ଭାବେ ଚାଲିଲା, ତାହା ଅତ୍ୟନ୍ତ ନୈରାଶ୍ୟଜନକ । ସଂସଦର ମୂଲ୍ୟବାନ ସମୟ ନଷ୍ଟ ହେବା ଯୋଗୁଁ ପ୍ରାୟ ୨୧୬ କୋଟି ଟଙ୍କାର ଆର୍ଥିକ କ୍ଷତି ହୋଇଛି । ଏପରି ବୟାନ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ କହିଛନ୍ତି ସଂସଦରେ ବାରମ୍ବାର ହଙ୍ଗାମା ଓ ବିରୋଧୀ ଦଳର ଦାୟିତ୍ୱହୀନ ବ୍ୟବହାର ଯୋଗୁଁ ସଂସଦର ଅନେକ ମୂଲ୍ୟବାନ ସମୟ ନଷ୍ଟ ହୋଇଛି । ଫଳରେ ଏହାର ଆର୍ଥିକ ପ୍ରଭାବ ମଧ୍ୟ ପଡ଼ିଛି ।

ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉ କିମ୍ବା ନୂଆ ଆଇନ, ପ୍ରତ୍ୟେକ ବିଲ୍ ଉପରେ ସାଂସଦମାନଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ଓ ଚର୍ଚ୍ଚା ହେବା ଆବଶ୍ୟକ । ଅପରାଜିତାଙ୍କ କହିବା ଅନୁସାରେ, ଲୋକସଭାରେ ୧୨ଟି ବିଲ୍ ପାସ୍ ହୋଇଥିଲେ ମଧ୍ୟ ପ୍ରତ୍ୟେକ ବିଲ୍ ଉପରେ ଯଥେଷ୍ଟ ଚର୍ଚ୍ଚା ଓ ଆଲୋଚନା ହୋଇପାରିନାହିଁ । ତେଣୁ ସଂସଦରେ ହଙ୍ଗାମା ଯୋଗୁଁ ହୋଇଥିବା ୨୧୬ କୋଟି ଟଙ୍କାର କ୍ଷତି ପାଇଁ କିଏ ଦାୟୀ ? ପାସ୍ ହୋଇଥିବା ବିଲ୍‌ଗୁଡ଼ିକ ଉପରେ ପର୍ଯ୍ୟାପ୍ତ ଚର୍ଚ୍ଚା କାହିଁକି ହୋଇପାରିଲା ନାହିଁ ? ଏହାର ଜବାବ ମିଳିବା ଦରକାର ବୋଲି ଦାବି କରିଛନ୍ତି ଅପରାଜିତା ।

 

Related Articles

Back to top button