Breaking Newsଜାତୀୟ

ଭାରତ ଛାଡ଼ିବେ ଇମ୍ରାନ୍‌ ଖାନ୍‌

ଇମ୍ରାନ୍‌ ଖାନ୍‌ଙ୍କୁ କଡା ନୋଟିସ | ତୁରନ୍ତ ଭାରତ ଛାଡ଼ | ଅକ୍ଟୋବର ୨୮ ସୁଦ୍ଧା ଦେଶ ଛାଡ଼ିବାକୁ ଇମ୍ରାନ୍‌ ଖାନ୍‌ଙ୍କୁ ନୋଟିସ କରିଛି ମୁମ୍ବାଇ ପୋଲିସ | ବଲିଉଡ୍‌ ଅଭିନେତା ତଥା ସୁପରଷ୍ଟାର ଆମିର ଖାନ୍‌ଙ୍କ ଭଣଜା ଇମ୍ରାନ୍‌ ଖାନ୍‌ଙ୍କୁ ଅକ୍ଟୋବର ୨୮ ତାରିଖ ସୁଦ୍ଧା ଭାରତ ଛାଡ଼ିବାକୁ ନୋଟିସ୍‌ ଜାରି ହୋଇଛି। ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୧୦ ତାରିଖରେ ମୁମ୍ବାଇରେ ହୋଇଥିବା ଏକ ପ୍ରତିବାଦରେ ସାମିଲ ହେବା ହୋଇଥିଲେ |

ତାଙ୍କ ପାଖରେ ଭାରତୀୟ ନାଗରିକତା ନଥାଇ ମଧ୍ୟ ପ୍ରତିବାଦରେ ସାମିଲ ହୋଇଥିଲେ। ତେଣୁ ଇମିଗ୍ରେସନ୍‌ ଆଇନର ସମ୍ପୃକ୍ତ ବ୍ୟବସ୍ଥା ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେ ଆମେରିକାର ନାଗରିକତା ଗ୍ରହଣ କରିଥିବା ସୂଚନା ମିଳିଛି।ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରେ ଆୟୋଜିତ ଏହି ପ୍ରତିବାଦରେ ଇମ୍ରାନ୍‌ଙ୍କ ସହ ତାଙ୍କ ସାଥୀ ଅଭିନେତ୍ରୀ ଲେଖା ୱାଶିଂଟନ୍‌ ଏବଂ ସମ୍ପର୍କୀୟ ଜାୟନ୍‌ ମାରି ଖାନ୍‌ ମଧ୍ୟ ସାମିଲ ହୋଇଥିଲେ। ପ୍ରତିବାଦ ସମୟରେ ମୁମ୍ବାଇ ପୁଲିସ ଏହି ତିନି ଜଣଙ୍କୁ ଅଟକ ରଖିଥିଲା।

Related Articles

Back to top button