ଓଡ଼ିଶାରାଜନୀତି

ଜଳାଶୟ ପୁନରୁଦ୍ଧାର ପାଇଁ ମିଳିଛି ୧୮୨୯ କୋଟି

ଭୁବନେଶ୍ୱର ,ଓଡ଼ିଶାର ଜଳ ସମ୍ପଦକୁ ସୁରକ୍ଷିତ କରିବା ପାଇଁ ଗତ ତିନି ବର୍ଷରେ, କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ଯୋଜନା ଜରିଆରେ, ହୋଇଛି ଜଳ ଉତ୍ସ ପୁନରୁଦ୍ଧାର । ଏଥିରେ ରହିଛି ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନା , ଅମୃତ ସରୋବର, ମନରେଗା ଏବଂ ଜଳ ଶକ୍ତି ଅଭିଯାନ ଭଳି ,ପ୍ରମୁଖ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ରହିଛି । ଓଡ଼ିଶାରେ ଜଳାଶୟ, ପୋଖରୀ ଓ ବିଭିନ୍ନ ପାରମ୍ପରିକ ଜଳ ଉତ୍ସର ପୁନରୁଦ୍ଧାର ପାଇଁ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ, ଯୋଗାଇ ଦିଆଯାଉଛି । ଗତ ତିନି ଆର୍ଥିକ ବର୍ଷରେ ବିଭିନ୍ନ ଯୋଜନା ଜରିଆରେ ଓଡ଼ିଶାକୁ ମିଳିଛି ୧୮୨୯ କୋଟି ୫୬ ଲକ୍ଷ ଟଙ୍କା । ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ, କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରାଜଭୂଷଣ ଚୌଧୁରୀ, ଏହି ତଥ୍ୟ ରଖିଛନ୍ତି ।ଅମୃତ ଯୋଜନା ଅଧୀନରେ ଓଡ଼ିଶାର ବିଭିନ୍ନ ସହରରେ ଜଳ ଉତ୍ସର ବିକାଶ ଓ ପୁନରୁଦ୍ଧାର ହୋଇଛି । କେନ୍ଦ୍ର AMRUT ୨.୦ ଅଧୀନରେ ଓଡ଼ିଶାକୁ, ୬୨୧.୪୬ କୋଟି ଟଙ୍କା ଯୋଗାଇ ଦେଇଥିଲା, ଯାହା ମାଧ୍ୟମରେ ତିନି ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ସହରର ୨୭ଟି ଜଳାଶୟ ପୁନରୁଦ୍ଧାର କରାଯାଇଥିଲା । ଜଳ ଉତ୍ସ ପୁନରୁଦ୍ଧାରରେ, ସବୁଠାରୁ ବଡ଼ ପରିସର ଦେଖିବାକୁ ମିଳିଛି ମନରେଗାରେ । ଗତ ତିନି ବର୍ଷରେ ଓଡ଼ିଶାକୁ ଏହି କ୍ଷେତ୍ରରେ, ୧୦୪୫ କୋଟି ୨୩ ଲକ୍ଷ ଟଙ୍କା ମିଳିଛି । ଏହି ଅର୍ଥରେ ୧୯ ହଜାର ୧୩୧ଟି, ଜଳଉତ୍ସ ପୁନରୁଦ୍ଧାର ହୋଇଛି ।

Related Articles

Back to top button