Breaking Newsଓଡ଼ିଶାନିର୍ବାଚନ
ବାଣୀବିହାରରେ ଉଡିଲା ଚେୟାର

ବାଣୀବିହାର କ୍ୟାମ୍ପସରେ ହଙ୍ଗାମା । ହ୍ୱାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପୂର୍ବରୁ ମୁହାଁମୁହିଁ ହୋଇଛନ୍ତି ABVP ଓ BCJD ପ୍ରାର୍ଥୀ। କ୍ୟାମ୍ପସ ଅଡିଟୋରିୟମରେ ଚେୟାର ଫିଙ୍ଗାଫିଙ୍ଗି ଓ ଭଙ୍ଗାରୁଜାକୁ କରିଥିଲେ | ପରିସ୍ଥିତି ଏତେ ଭୟଙ୍କର ହୋଇଥିଲା ଯେ ସ୍ଥିତି ନିୟନ୍ତ୍ରଣ ପାଇଁ କ୍ୟାମ୍ପସରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଛନ୍ତି ଡିସିପି। ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ନାରାବାଜି ଯୋଗୁଁ ଉତ୍ତେଜନା ଆହୁରି ବଢ଼ିଥିଲା।
ସ୍ଥିତି ଭୟଙ୍କର ପରେ ଅଣଛାତ୍ରଙ୍କୁ କ୍ୟାମ୍ପସ ଛାଡ଼ି ଚାଲିଯିବାକୁ ପୋଲିସ କମିଶନର ଓ ଡିସିପି ଅପିଲ୍ କରିଛନ୍ତି। ସମସ୍ତ ପ୍ରାର୍ଥୀଙ୍କୁ ମଧ୍ୟ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।




