
ଭୁବନେଶ୍ୱର ,ଆଜି ଭୋର ପ୍ରାୟ ୩ଟା ୪୮ ମିନିଟ୍ରେ,ଚିରାଗ ନଗରର ଗୌସିଆ ଚାୱଲ୍ରେ ଭୂସ୍ଖଳନ ହୋଇଛି। ମୁମ୍ବାଇର କୁର୍ଲା ଅଞ୍ଚଳରେ ଘଟିଛି ବଡ଼ ଅଘଟଣ।
ଘଟଣାରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଆହୁରି ଚାରିରୁ ପାଞ୍ଚ ଜଣ ଭଗ୍ନାବଶେଷ ତଳେ ଫସିଥିବା ଆଶଙ୍କା କରାଯାଉଛି।
ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ପାହାଡର କିଛି ଅଂଶ ଘର ଉପରେ ଧସି ପଡ଼ିବା ହେତୁ, ଏହି ଅଘଟଣ ଘଟିଛି।
ଉଦ୍ଧାର ପରେ ୨୮ ବର୍ଷୀୟ ସାହିଲ ଅନସାରୀ ଓ ୧୪ ବର୍ଷୀୟ ମହମ୍ମଦ ସମୀରଙ୍କୁ, ରାଜାୱାଡି ହସ୍ପିଟାଲ୍ ନିଆଯାଇଥିଲା। ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଛନ୍ତି।




