ଅନ୍ୟାନ୍ୟଅପରାଧ

୧୦ କୁଇଣ୍ଟାଲ ୩୩ କେଜି ଗଞ୍ଜେଇ ଜବତ, ୨ ଗିରଫ

ଭୁବନେଶ୍ୱର ,କାଜୁ ଚୋପା ବୋଝେଇ ଏକ ଟ୍ରକ୍‌ରେ ଅଭିନବ ଉପାୟରେ, ଗଞ୍ଜେଇ ଚାଲାଣ ହେଉଥିବାବେଳେ ଫିରିଙ୍ଗିଆ ପୁଲିସ ଟ୍ରକ୍‌ଟିକୁ, ଜବତ କରିଛି।ଏହି ଘଟଣାରେ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି। ଖବର ପାଇବା ପରେ ଫିରିଙ୍ଗିଆ ଥାନା ଅଧିକାରୀ ମୁରଲୀଧର ସାହୁଙ୍କ ନିର୍ଦ୍ଦେଶକ୍ରମେ, ଏସ୍‌ଆଇ ଅଜୟ କୁମାର ସାହୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍‌ ଗଠନ କରାଯାଇଥିଲା।ପୁଲିସ ଟିମ୍‌ ଫିରିଙ୍ଗିଆ-ଫୁଲବାଣୀ ମୁଖ୍ୟରାସ୍ତାର ବଲମପଦର ଛକ ନିକଟରେ, ଯାଞ୍ଚ ଚଳାଇଥିଲା। ଏହି ସମୟରେ ସନ୍ଦେହଜନକ କାଜୁ ଚୋପା ବୋଝେଇ ଟ୍ରକ୍‌କୁ, ଅଟକାଇ ଯାଞ୍ଚ କରିବା ପରେ ଗଞ୍ଜେଇ ଚାଲାଣର ପର୍ଦ୍ଦାଫାସ ହୋଇଥିଲା। ପରେ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ଫିରିଙ୍ଗିଆ ଅତିରିକ୍ତ ତହସିଲଦାର ପୃଥ୍ୱୀରାଜ ମହାନନ୍ଦିଆଙ୍କ ଉପସ୍ଥିତିରେ, ଟ୍ରକ୍‌ରୁ ଗଞ୍ଜେଇ ବାହାର କରାଯାଇ ଓଜନ କରାଯାଇଥିଲା। ଏଥିରେ ମୋଟ ୧୦ କୁଇଣ୍ଟାଲ ୩୩ କେଜି ଗଞ୍ଜେଇ, ଥିବା ଜଣାପଡ଼ିଥିଲା।କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ଚାଲାଣ ରୋକିବା ପାଇଁ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ, ସ୍ୱତନ୍ତ୍ର ଅଭିଯାନ ଚାଲିଥିବାବେଳେ ବିଭିନ୍ନ ସମୟରେ,ବିପୁଳ ପରିମାଣର ଗଞ୍ଜେଇ, ଗାଡ଼ି ଜବତ ସହ ଅଭିଯୁକ୍ତମାନେ ଗିରଫ ହେଉଛନ୍ତି। ଏହି ଘଟଣା ସେହି ଅଭିଯାନର ଏକ ବଡ଼ ସଫଳତା ବୋଲି, କୁହାଯାଉଛି।

Related Articles

Back to top button