
ଭୁବନେଶ୍ୱର ,ବନ୍ୟା ଅଞ୍ଚଳରେ ପାଣି କମିଥିଲେ, ମଧ୍ୟ ଦୁର୍ଦ୍ଦଶା ବଢିବାରେ ଲାଗିଛି।
ବନ୍ୟାପାଣି ଆସିବା ପରେ,ଧୋଇଗଲା ଫସଲ।
ଶ୍ରାବଣ ମାସ ଶେଷ ହେବାକୁ ବସିଲାଣି ଆଉ ତଳି ପାକାଇ, ଧାନ ଚାଷ କରିବା ସମ୍ଭବ ନୁହେଁ ବୋଲି, ଚାଷୀ କହିଛନ୍ତି।
ବନ୍ୟାପାଣି ଯୋଗୁଁ ଧାନ ତଳି, ପଚି ନଷ୍ଟ ହୋଇଯାଇଛି।
ଏବେ ବି ଅନେକ ଲୋକ, ଜଳବନ୍ଦୀରେ ଜୀବନ କାଟୁଛନ୍ତି।
ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମିଥିବାରୁ, ଲୋକମାନେ ଶୁଖିଲା ଖାଦ୍ୟ ଖାଇ, ଜୀବନ ବିତାଉଛନ୍ତି।
କେତେକ ଅଞ୍ଚଳରେ ରାସ୍ତା ଧୋଇ ଯିବାରୁ, ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।




