ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ବିଭିନ୍ନ ପାର୍କରେ ଦୋଳି, ପାନ ଓ ପିଠା ଭିତରେ ରଜର ଆସର ଜମୁଛି।

ଭୁବନେଶ୍ୱର,ତିନି ଦିନ ଧରି ରାଜ୍ୟରେ ପାଳିତ ହେଉଥିବା, ରଜ ପର୍ବର ଆଜି ଦ୍ୱିତୀୟ ଦିନ। ରଜ ସଂକ୍ରାନ୍ତିରେ ,ଗାଁଠୁ ସହର ସବୁଠି ଉତ୍ସାହ। ବିଭିନ୍ନ ପାର୍କରେ ଦୋଳି, ପାନ ଓ ପିଠା ଭିତରେ,ରଜର ଆସର ଜମୁଛି।ପିଲାଠୁ ବୟସ୍କ, ସମସ୍ତେ ରଜ ମଉଜରେ, ସାମିଲ ହେବାକୁ ଏକାଠି ହୋଇଛନ୍ତି। କେବଳ ସେତିକି ନୁହେଁ ଲୁଡୁ ସହ ତାସ୍ ଖେଳ ବି ଜମିଲାଣି । ଗାଁ ଗହଳିରେ ପୁଚି ଓ ଦୋଳିଖେଳରେ ସମସ୍ତେ ମାତିଛନ୍ତି । ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ସଙ୍ଗଠନ ପକ୍ଷରୁ ବି ରଜ ପାଳନ କରାଯାଇଛି ।ନୂଆ ପୋଷାକ ପିନ୍ଧି, ପିଠାପଣା, ରଜପାନ ଖାଇ ଦୋଳି ଖେଳୁଛନ୍ତି ସମସ୍ତେ। ସଜବାଜ, ଖିଆପିଆ, ବୁଲାବୁଲି ଓ ମଜାମସ୍ତିରେ ସମୟ ବିତାଉଛନ୍ତି।ରଜ ସଂକ୍ରାନ୍ତିରେ ଗାଁଠୁ, ସହର ସବୁଠି ଉତ୍ସାହ। ବିଭିନ୍ନ ପାର୍କରେ ଦୋଳି, ପାନ ଓ ପିଠା ଭିତରେ ରଜର ଆସର ଜମୁଛି।




