
ଭୁବନେଶ୍ୱର,ହଜାର ହଜାର ଲୋକ ପଡ଼ିରହିଛନ୍ତି ବନ୍ୟାଞ୍ଚଳରେ। । ଆଜିକୁ ୪/୫ ଦିନ ହୋଇଗଲାଣି ଜଳବନ୍ଦୀ ଜୀବନ ଜୀଉଁଛନ୍ତି ଲୋକେ। ସନ୍ତସନ୍ତିଆ ପରିବେଶ, ନା ସୂର୍ଯ୍ୟାଲୋକର ପ୍ରଭାବ ପଡୁଛି ନା ବିଜୁଳି ସଂଯୋଗ ରହୁଛି।ଚର୍ମ ସଂକ୍ରମଣ ସହ ଗୋଡ଼ହାତ କୁଣ୍ଡାଇ ହେବା ଭଳି ସମସ୍ୟା ବି ଉପୁଜିପାରେ, ବନ୍ୟା ପ୍ରଭାବିତ ଅଞ୍ଚଳରେ ରହୁଥିବା ଲୋକଙ୍କ ଦେହରେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆଖିରୋଗ ଭଳି ସମସ୍ୟା ବି ଉପୁଜିପାରେ। ଆଉ ବର୍ଷା ପରବର୍ତ୍ତୀ ପାଗ ଯୋଗୁ ଥଣ୍ଡା, କାଶ ଏବଂ ଆଜମା ଲକ୍ଷଣ ବଢ଼ିପାରେ। ବିଶେଷ କରି ଜଳବାହିତ ରୋଗ ସହ ମଶାଜନିତ ଏବଂ ଚର୍ମ ରୋଗର ଆଶଙ୍କା ଦେଖାଦେଇଛି। ଦୂଷିତ ପାନୀୟ ଜଳ ଏବଂ ପରିବେଶରେ ଜମି ରହିଥିବା ପାଣି ବିଭିନ୍ନ ସଂକ୍ରମଣର, ମୁଖ୍ୟ କାରଣ ବି ହୋଇପାରେ। ତେଣୁ ଟାଇଫଏଡ୍, ଜ୍ବର, ଝାଡ଼ାବାନ୍ତି ମଶାଜନିତ ରୋଗ ଯଥା ଡେଙ୍ଗୁ, ମ୍ୟାଲେରିଆ ଏବଂ ଚିକନଗୁନିଆ, ସମ୍ଭାବନା ମଧ୍ୟ ଅଛି ।ଅସ୍ବାସ୍ଥ୍ୟକର ପରିବେଶ ଭିତରେ, ହଜାର ହଜାର ଲୋକ ବନ୍ୟାଞ୍ଚଳରେ ରହିଥିବା ରୁ, ଏଭଳି ଏଭଳି ରୋଗ ହେବାର ସମ୍ଭାବନା ଅଧିକ ରହିଛି ।




