ମେଟା କ୍ଷମା ମାଗିଛି ସରକାରଙ୍କୁ ।

ଭୁବନେଶ୍ୱର ,ପ୍ରଧାନମନ୍ତ୍ରୀଙ୍କ ସରକାରୀ ଭିଡିଓକୁ ହଟାଇବା ସହ, କ୍ଷମା ମାଗିଛି ମେଟା। ମେଟାର ବ୍ୟାଖ୍ୟାର ସଠିକତା ବିଷୟରେ, ସମ୍ପୃକ୍ତ ବିଭାଗଗୁଡ଼ିକ ତଦନ୍ତ କରୁଛନ୍ତି। ମେଟା ପ୍ରତିନିଧି ଏବଂ ପ୍ରାସଙ୍ଗିକ ଅଧିକାରୀମାନଙ୍କୁ ସ୍ପଷ୍ଟୀକରଣ ପାଇଁ, ସମନ ମଧ୍ୟ କରାଯାଇଛି। ମେଟାର ଗ୍ଲୋବାଲ୍ ମୁଖ୍ୟ ଜୋଏଲ୍ କାପଲାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ, ସମନ କରାଯାଇଛି। ଇନ୍ଷ୍ଟାଗ୍ରାମ୍ ମୁଖ୍ୟ ଆଡାମ ମୋସେରୀଙ୍କ ମଧ୍ୟ ହୋଇଛି। ଉଭୟଙ୍କୁ ସମନ ଜାରି କରିଛି ଆଇଟି ମନ୍ତ୍ରାଳୟ।ରିପୋର୍ଟ ଅନୁଯାୟୀ, ଭାରତରେ ମେଟାର ମାଲିକାନା ଥିବା ସୋସିଆଲ ମିଡିଆ, ପ୍ଲାଟଫର୍ମ ଫେସବୁକରୁ ଭିଡିଓଟିକୁ, ଅସ୍ଥାୟୀ ଭାବରେ ହଟାଇ ଦିଆଯାଇଥିଲା। ପରେ, ନିଷେଧ ହଟାଇବା ପରେ, ଏହା ସମସ୍ତ ବ୍ୟବହାରକାରୀଙ୍କ ପାଇଁ ପୁଣି ଉପଲବ୍ଧ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଫେସବୁକ୍ ଭିଡିଓକୁ, ଅସ୍ଥାୟୀ ଭାବରେ ହଟାଇବା, ଏବେ ଏକ ଗମ୍ଭୀର ମୋଡ଼ ନେଇଛି। ମେଟା ଏହି ଘଟଣା ପାଇଁ ସରକାରଙ୍କୁ କ୍ଷମା ମାଗିଛି।ଏହି ଭିଡିଓଟି ୨୩ ଜୁଲାଇରେ ଅପଲୋଡ୍ କରାଯାଇଥିଲା। ଏଥିରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କକ୍ରୋଚ୍ ଜନତା ପାର୍ଟି ଦ୍ୱାରା ଆୟୋଜିତ ଛାତ୍ର ପ୍ରତିବାଦ ସମୟରେ, ପ୍ରଥମ ଥର ପାଇଁ ଜେନେରାଲ-ଜିଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ଅଭିଭାଷଣରେ ସେ ନିଟ୍ ପେପର୍ ଲିକ୍ ମାମଲା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ, ଶୀଘ୍ର ନୂତନ ଏବଂ କଠୋର ପଦକ୍ଷେପ ନେବା ବିଷୟରେ କହିଥିଲେ।




