ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ

ଭୁବନେଶ୍ୱର ,ଗତ ଜୁଲାଇ ୧୮ରେ କୃଷ୍ଣ ସାଗରରେ ଋଷର ଜଳସୀମା ଦେଇ ଏକ ବାଣିଜ୍ୟିକ ଜାହାଜ ଯାତ୍ରା କରୁଥିବା ସମୟରେ, ଏହି ଆକ୍ରମଣ ହୋଇଥିଲା । ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି । ଗତ ଜୁଲାଇ ୧୯ରେ ୟୁକ୍ରେନ ଉପକୂଳରେ ଏକ ବାଣିଜ୍ୟିକ ଜାହାଜ ଆକ୍ରମଣରେ ପ୍ରାଣ ହରାଇଥିବା ୧୦ ଜଣଙ୍କ ମଧ୍ୟରେ ୪ ଜଣ ଭାରତୀୟ ଥିବା ନେଇ ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଥିଲା ।ମନ୍ତ୍ରଣାଳୟ କହିଛି ଯେ ରୁଷରେ, ଥିବା ଭାରତୀୟ ମିଶନ, ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଛନ୍ତି ଏବଂ ପ୍ରଭାବିତ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବା ପାଇଁ ପ୍ରୟାସ କରୁଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ବାଣିଜ୍ୟିକ ଜାହାଜ ଚଳାଚଳକୁ ଟାର୍ଗେଟ କରି, ଏବଂ ନିରୀହ ସାଧାରଣ ନାଗରିକ କ୍ରୁ ସଦସ୍ୟଙ୍କ ଜୀବନକୁ ବିପଦରେ ପକାଉଥିବା ଏଭଳି ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରୁଛି। ନୌଚାଳନାର ସ୍ୱାଧୀନତା ଏବଂ ଆନ୍ତର୍ଜାତୀୟ ବାଣିଜ୍ୟ ପ୍ରତି ବିପଦ ବଢ଼ିବା ଏକ ଗମ୍ଭୀର, ଚିନ୍ତାର ବିଷୟ। ସାମୁଦ୍ରିକ ନୌଚାଳନାର, ସୁରକ୍ଷା ଓ ନିରାପତ୍ତା ଏବଂ ବିଶ୍ୱ ବାଣିଜ୍ୟର ଅବ୍ୟାହତ ପ୍ରବାହକୁ ନିଶ୍ଚିତ କରିବା ପାଇଁ ଭାରତ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ଆନ୍ତର୍ଜାତୀୟ ଦାୟିତ୍ୱ ପାଳନ କରିବାକୁ ଆହ୍ୱାନ କରୁଛି।




