Uncategorized

ଲୁଟେରାମାନେ ଲୁଟି ନେଲେ ୨ ଲକ୍ଷ

ଭୁବନେଶ୍ୱର ,ଦୋକାନକୁ ଲୁଗା କିଣିବାକୁ ଯାଇ ଫେରିବା ବେଳକୁ ଲୁଟେରାମାନେ, ଟଙ୍କା ଲୁଟି କରି ମାରିଲେ ଚମ୍ପଟ।

ଏଭଳି ଘଟଣା ଅନୁଗୋଳ ସହର ଶିକ୍ଷକପଡା ଅଞ୍ଚଳରେ ଘଟିଛି।

ଅଙ୍ଗାରବନ୍ଧ ଗାଁର ଅକ୍ଷୟ ସାହୁ ତାଙ୍କ ଶାଳକଙ୍କ ସହ ଶିକ୍ଷକପଡା ଇକୋ ପାର୍କ ଆଗରେ ଥିବା

ଏକ ଲୁଗା ଦୋକାନକୁ, ଲୁଗା କିଣିବାକୁ ଆସିଥିଲେ।  ସେଠାରୁ ୨ ଲକ୍ଷ ଟଙ୍କା ଉଠାଇ ଦୋକାନ ପାଖକୁ ଯାଉଥିଲେ।

ସେହି ସମୟରେ ଜଣେ ଦୁର୍ବୃତ୍ତ ଚାଲି ଚାଲି ଆସି ଗାଡିର କାଚ ଭାଙ୍ଗି ଟଙ୍କା ବ୍ୟାଗ ନେଇଯିବା ପରେ ମୋଟର ସାଇକେଲରେ ଅପେକ୍ଷାରେ ଥିବା ଜଣେ ସହଯୋଗୀ ସହ ଚମ୍ପଟ ମାରିଥିଲା।

ଏହା ଦେଖି ଅକ୍ଷୟ ଓ ତାଙ୍କ ଶଳାଙ୍କ ପୁଲିସକୁ ସୂଚନା ଦେଇଥିଲେ।

କାରର କାଚ ଭାଙ୍ଗି ଲୁଟେରାମାନେ ଲୁଟି ନେଲେ ୨ ଲକ୍ଷ ଟଙ୍କା।

Related Articles

Back to top button