ଅନ୍ୟାନ୍ୟଜୀବନଶୈଳୀ

କେନ୍ଦ୍ର ସରକାର ଙ୍କ ବଡ଼ ସ୍ପଷ୍ଟୀକରଣ

ଭୁବନେଶ୍ୱର ,କେନ୍ଦ୍ର ସରକାର LIC  ଏବଂ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO)ରେଏକ ବଡ଼ ସ୍ପଷ୍ଟୀକରଣ, ଦେଇଛନ୍ତି। ସରକାର କହିଛନ୍ତି ଯେ, ଏହି ନିଷ୍କ୍ରିୟ ଜମାରାଶିକୁ ଅନ୍ୟ କୌଣସି କାର୍ଯ୍ୟରେ, ବ୍ୟବହାର କରିବାର କୌଣସି ପ୍ରସ୍ତାବ ନାହିଁ। ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ଏହି ସୂଚନା ଦେଇଛନ୍ତି। ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା LIC ପାଖରେ ୭,୩୧୮.୫୦ କୋଟି ଟଙ୍କାର ଅଣଦାବି ଅର୍ଥ, ପଡ଼ିରହିଛି। ୧୦ ବର୍ଷରୁ ଅଧିକ ସମୟ ଧରି ଦାବି ହୋଇନଥିବା ଅର୍ଥ ‘ବରିଷ୍ଠ ନାଗରିକ କଲ୍ୟାଣ ପାଣ୍ଠି କୁ, ହସ୍ତାନ୍ତର କରାଯାଏ।EPFOରେ କୌଣସି ‘ଅଣଦାବି’ ଆକାଉଣ୍ଟ ନାହିଁ, ବରଂ ‘ନିଷ୍କ୍ରିୟ’ ଆକାଉଣ୍ଟ ରହିଛି। ଏହିଭଳି ଆକାଉଣ୍ଟଗୁଡ଼ିକରେ, ୯,୩୩୦.୫୬ କୋଟି ଟଙ୍କା ଗଚ୍ଛିତ ଅଛି। ୧,୦୦୦ ଟଙ୍କା ପର୍ଯ୍ୟନ୍ତ ଗଚ୍ଛିତ ଥିବା ଆଧାର ସଂଯୋଗିତ ନିଷ୍କ୍ରିୟ EPF ଆକାଉଣ୍ଟରୁ, ସିଧାସଳଖ ଆକାଉଣ୍ଟଧାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇବା ପାଇଁ, ଏକ ପାଇଲଟ୍ ପ୍ରକଳ୍ପ ଆରମ୍ଭ ହୋଇଛି।LIC ଏହାର ଅଫିସିଆଲ୍ ୱେବସାଇଟ୍, SMS, ପତ୍ର, ବୀମା ସଖୀ ଏବଂ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ, ଗ୍ରାହକ ଓ ନୋମିନିଙ୍କୁ ଖୋଜିବାକୁ, ଚେଷ୍ଟା କରୁଛି।

Related Articles

Back to top button