ଅନ୍ୟାନ୍ୟଓଡ଼ିଶା

ଟ୍ରାଫିକ୍ ପରିଚାଳନା ସବୁଠାରୁ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ୱର ,ରଥଯାତ୍ରା ପରିଚାଳନା ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ,ସୁନାବେଶର ସଫଳ ଆୟୋଜନ ପ୍ରଶାସନ ପାଇଁ ସବୁଠାରୁ, ବଡ଼ ଚ୍ୟାଲେଞ୍ଜ ହୋଇଥାଏ।ସେ କହିଛନ୍ତି, ପ୍ରତିବର୍ଷ ସୁନାବେଶ ଅବସରରେ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପୁରୀରେ ସମାଗମ କରିଥାନ୍ତି। ମାତ୍ର ଅଢ଼େଇ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ପୁରୀ ସହରରେ, ଏତେ ବଡ଼ ଜନସମାଗମକୁ ସୁରକ୍ଷିତ ଭାବେ ପରିଚାଳନା, କରିବା ଏକ ବଡ଼ ଆହ୍ୱାନ ବୋଲି ସେ କହିଛନ୍ତି।ପାର୍କିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ପୂର୍ବ ବର୍ଷଗୁଡ଼ିକରେ ନିର୍ଦ୍ଧାରିତ ପାର୍କିଂ ସ୍ଥାନ ସମୟ ପୂର୍ବରୁ, ପୂର୍ଣ୍ଣ ହୋଇଯାଇଥିବା ନଜିର ରହିଛି।ଏହାକୁ ଦୃଷ୍ଟିରେ ରଖି ପୁରୀ ଆସିବା ପୂର୍ବରୁ ଶ୍ରଦ୍ଧାଳୁମାନେ ଓଡ଼ିଶା ପୋଲିସ ଓ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ଟ୍ରାଫିକ୍ ଓ ପାର୍କିଂ ସମ୍ବନ୍ଧୀୟ, ସମସ୍ତ ସୂଚନା ଅନୁଧ୍ୟାନ କରି ଯାତ୍ରା କରିବାକୁ ସେ ପରାମର୍ଶ ଦେଇଛନ୍ତି।ବିଶେଷକରି ଟ୍ରାଫିକ୍ ପରିଚାଳନା ଏହି ସମୟରେ, ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

Related Articles

Back to top button