ଓଡ଼ିଶାପାଣିପାଗ

ହୀରାକୁଦ ଛାଡ଼ିବ ପ୍ରଥମ ବନ୍ୟାଜଳ

ଭୁବନେଶ୍ୱର ,ବିଭିନ୍ନ ନଦୀଗୁଡ଼ିକର ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି।ଲଗାଣ ବର୍ଷା ଯୋଗୁଁ ବୈତରଣୀ କୂଳ ଲଂଘିବା ସ୍ଥିତିରେ ରହିଥିବା ବେଳେ, ଏକ ଛୋଟ ବନ୍ୟା ଆସିବାର ଆଶଙ୍କା ରହିଛି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଥିବାରୁ, ଆସନ୍ତା ୯ତାରିଖ ଦିନ ୧୧ଟାରେ, ହୀରାକୁଦ ଜଳଭଣ୍ଡାର ଗେଟ୍‌ ଖୋଲିବ ଏବଂ ବର୍ଷର ପ୍ରଥମ ବନ୍ୟାଜଳ, ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ଜଳଭଣ୍ଡାର ଗେଟ୍ ଖୋଲିବା ପରେ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ, ଜଳସ୍ତର ବଢ଼ିବାର ସମ୍ଭାବନା ରହିଛି। ଏଥିପ୍ରତି ମହାନଦୀ ଏବଂ ଏହାର ଶାଖା ନଦୀରେ, କୂଳରେ ବସବାସ କରୁଥିବା ଜନସାଧାରଣଙ୍କୁ ସତର୍କ ରହିବାକୁ, ସୂଚନା ଜାରି ହୋଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଥିବାରୁ ମଧ୍ୟାହ୍ନ ୧୨ଟା ବେଳେ ହୀରାକୁଦ ଜଳ ଭଣ୍ଡାରକୁ, ପ୍ରତି ସେକେଣ୍ଡରେ ୯୬,୧୪୩ କ୍ୟୁସେକ ଜଳ ପ୍ରବେଶ କରୁଥିଲା। କିନ୍ତୁ ସନ୍ଧ୍ୟା ୬ଟା ବେଳକୁ ଜଳ ପ୍ରବାହ କ୍ଷମତା ପ୍ରତି ସେକେଣ୍ଡରେ ୮୯,୩୫୮କ୍ୟୁସେକକୁ ହ୍ରାସ ପାଇଥିଲା। ହେଲେ ଛତିଶଗଡ଼ରେ ଲଗାଣ ବର୍ଷା ଜାରି ରହିଥିବାରୁ ମଙ୍ଗଳବାର ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବାହ ବଢ଼ିବାର, ସମ୍ଭାବନା ରହିଛି। ପାୱାର ଚ୍ୟାନେଲ ଏବଂ କେନାଲ ନେଇ ପ୍ରତି ସେକେଣ୍ଡରେ ୨୨, ୨୬୪କ୍ୟୁସେକ ଜଳ, ନିଷ୍କାସିତ ହେଉଛି। ମହାନଦୀର ନରାଜଠାରେ ବିପଦ ସଙ୍କେତ ୨୬.୪୧ମିଟର ଥିବାବେଳେ ୨୩.୫୭ମିଟରରେ ପ୍ରଥମ ବନ୍ୟାଜଳ ପ୍ରବାହ କରୁଥିଲା। ଗତକାଲି ଅପେକ୍ଷା ନରାଜଠାରେ ଜଳସ୍ତର ବଢ଼ୁଥିବା ଜଣାପଡିଛି।

Related Articles

Back to top button