ଅନ୍ତର୍ଜାତୀୟକ୍ରୀଡ଼ା

ଆଜି ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ର ଫାଇନାଲ

ଭୁବନେଶ୍ୱର ,ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ର ଫାଇନାଲ, ଆଜି ଖେଳାଯିବ। ଏହି ବିଶ୍ବକପ୍‌ର ୧୦ମ ସଂସ୍କରଣରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଦଳ କୌଣସି ମ୍ୟାଚ୍‌ ହାରିନାହାନ୍ତି। ଟୁର୍ଣ୍ଣାମେଣ୍ଟର ଦୁଇ ଶ୍ରେଷ୍ଠ ଦଳ ଫାଇନାଲ ଖେଳିବେ। ୪ର୍ଥ ଥର ଉଭୟ ଦଳଙ୍କ ମଧ୍ୟରେ ଫାଇନାଲ ଖେଳାଯିବ।  ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଘରୋଇ ମାଟିରେ ଇଂଲଣ୍ଡ ୧୧ଟି ମ୍ୟାଚ୍‌ ଖେଳି ଗୋଟିଏ ମଧ୍ୟ ହାରିନାହିଁ। ପୁଣି ଘରୋଇମାଟିରେ ଟ୍ବେଣ୍ଟି୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ୧୧-୬ରେ ଆଗୁଆ ରହିଛି। ୨୦୦୯ରେ ଇଂଲଣ୍ଡ ବିଶ୍ବ ଚମ୍ପିଆନ୍‌ ହୋଇଥିଲା। ୨୦୨୦ ପରଠାରୁ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ଟ୍ବେଣ୍ଟି୨୦ରେ ୬-୩ରେ ଏବଂ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ୫-୨ରେ ଆଗୁଆ ରହିଛି।୪ର୍ଥ ଥର ଜିତି ଅଷ୍ଟ୍ରେଲିଆ ୭ମ ଥର ବିଶ୍ବ ଚମ୍ପିଆନ୍‌ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ଇଂଲଣ୍ଡ ଏହି ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିଛି। ମୋଟ ଉପରେ କହିବାକୁ ଗଲେ ଏହି ଫାଇନାଲ ଜିତିବାକୁ ଅଷ୍ଟ୍ରେଲିଆ ଫେଭରିଟ୍‌। ୨୦୧୮ ଟ୍ବେଣ୍ଟି୨୦ ବିଶ୍ବକପ୍‌ରୁ ଅଦ୍ୟାବଧି ଅଷ୍ଟ୍ରେଲିଆ ୨୯ଟି ମ୍ୟାଚ୍‌ ଖେଳି ୨୬ଟି ଜିତିଛି। ଇଂଲଣ୍ଡର ଡାନି-ୱାଟ୍‌ ହଜ୍‌ ୬ଟି ମ୍ୟାଚ୍‌ରୁ ଗୋଟିଏ ଅପରାଜିତ ଶତକ ସହ ୨୯୪ ରନ୍‌ କରିଛନ୍ତି। ଅଷ୍ଟ୍ରେଲିଆର ଏଲିଜ୍‌ ପେରି ୨ଟି ଅର୍ଦ୍ଧଶତକ ସହ ୧୮୫ ରନ୍‌ କରିଛନ୍ତି। ଫିବି ଲିଚ୍‌ଫିଲ୍‌ଡ ଫିଟ୍‌ ହେବା ଅଷ୍ଟ୍ରେଲିଆକୁ ଆହୁରି ଶକ୍ତିଶାଳୀ କରିଛି।

Related Articles

Back to top button