Uncategorized

ମଧ୍ୟପ୍ରାଚ୍ୟକୁ ବିମାନ ସେବା ସ୍ୱାଭାବିକ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ବିମାନ ପରିବହନ କମ୍ପାନୀ ଏୟାର ଇଣ୍ଡିଆ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ନିଜର ବିମାନ ସେବା ପୁଣି ଥରେ ସ୍ୱାଭାବିକ କରିଛି। ଉତ୍ତେଜନାପୂର୍ଣ୍ଣ ସ୍ଥିତି ଓ ଯୁଦ୍ଧ ଯୋଗୁଁ ସୁରକ୍ଷା ଦୃଷ୍ଟିରୁ ଏହିସବୁ ରୁଟ୍‌ରେ ବିମାନ ଚଳାଚଳକୁ ସାମୟିକ ଭାବେ ବାତିଲ କରାଯାଇଥିଲା। ଗୁରୁବାର ଠାରୁ ଏୟାର ଇଣ୍ଡିଆ ପକ୍ଷରୁ କୋଝିକୋଡ୍‌ରୁ ସଲାଲାହ୍ (ଓମାନ)କୁ ବିମାନ ଉଡ଼ାଣ ଆରମ୍ଭ ହୋଇଯାଇଛି। କୋଝିକୋଡ୍‌ରୁ କୁଏତ ଏବଂ ବାଙ୍ଗାଲୋରକୁ ଶୁକ୍ରବାର ଓ ଶନିବାର ଠାରୁ ବିମାନ ସେବା ପୁନଃ ପ୍ରାରମ୍ଭ ହେବ। ଏହି ସବୁ ଆନ୍ତର୍ଜାତୀୟ ଗନ୍ତବ୍ୟ ସ୍ଥଳରୁ ଭାରତକୁ ମଧ୍ୟ ପୂର୍ବଭଳି ନିୟମିତ ବିମାନ ଉଡ଼ାଣ ଜାରି ରହିବ।

Related Articles

Back to top button