ଅନ୍ୟାନ୍ୟପାଣିପାଗ

ପ୍ରବଳ ବର୍ଷା ନେଇ ଆଲର୍ଟ

ଭୁବନେଶ୍ୱର ,ଓଡ଼ିଶାରେ ଗତ ୧୦ ଦିନ ଭିତରେ ସାମାନ୍ୟ ବର୍ଷା ହୋଇଥିବା ବେଳେ, ଆଗକୁ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇପାରେ ବୋଲି, ପାଣିପାଗ ବିଶେଷଜ୍ଞମାନେ, ବିଭିନ୍ନ ମଡେଲ୍ କୁ ଆକଳନ କରି କହିଛନ୍ତି।

ଆଗକୁ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା, ସମ୍ଭାବନା ରହିଛି। ସାମଗ୍ରିକ ଭାବେ ଚଳିତ ବର୍ଷ ଓଡ଼ିଶାରେ ଅଧିକ, ଗରମ ଅନୁଭୂତ ହେବ ଏବଂ ବର୍ଷାର ଅନିୟମିତତା ହିଁ, ଚାଷ ପାଇଁ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇପାରେ।

ଆଜି କୋରାପୁଟ, ରାୟଗଡା, ଗଜପତି, ନୟାଗଡ, କଟକରେ ପ୍ରବଳ ବର୍ଷା ନେଇ, ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ, ସତର୍କ କରାଯାଇଛି।

ତେବେ ମୌସୁମୀର ଦୁର୍ବଳ ସ୍ଥିତି କାରଣରୁ, ନିଅଣ୍ଟିଆ ବର୍ଷା ମଧ୍ୟ ରିପୋର୍ଟ ହୋଇଛି।  ୨୪ ଘଣ୍ଟାରେ

ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ପ୍ରବଳ ବର୍ଷା ନେଇ, ସତର୍କ ସୂଚନା ଜାରି କରାଯାଇଛି। ସମ୍ପୂର୍ଣ୍ଣ ୩୦ ଜିଲ୍ଲାରେ ବିଜୁଳି ଘଡଘଡି ନେଇ, ୟେଲୋ ଆଲର୍ଟ ଜାରି କରାଯାଇଛି।

Related Articles

Back to top button