ଅନ୍ୟାନ୍ୟଜୀବନଶୈଳୀ

୧୦୦% PF ଉଠାଣ ସୁବିଧା

ଭୁବନେଶ୍ୱର ,EPFO ପକ୍ଷରୁ ୧୫ ଅକ୍ଟୋବର ୨୦୨୫ ରେ, ଜାରି ଏକ ବୟାନରେ ସ୍ପଷ୍ଟ କରାଯାଇଥିଲା ଯେ, ଯୋଗ୍ୟ ରାଶିର ୭୫% ବିନା କୌଣସି ଦସ୍ତାବିଜ୍‌ରେ ଯେକୌଣସି, ସମୟରେ ଉଠାଯାଇପାରିବ। ଏହା ସହିତ ସ୍ୱତନ୍ତ୍ର ପରିସ୍ଥିତିରେ, ସମ୍ପୂର୍ଣ୍ଣ ୧୦୦% ରାଶି ପ୍ରତ୍ୟାହାର କରିବାର, ସୁବିଧା ମଧ୍ୟ ପୂର୍ବ ଭଳି ଜାରି ରହିବ।ବର୍ତ୍ତମାନ କିଛି ନିର୍ଦ୍ଦିଷ୍ଟ ପରିସ୍ଥିତିରେ, EPF ସଦସ୍ୟମାନେ ନିଜ ଖାତାର ସମ୍ପୂର୍ଣ୍ଣ ଟଙ୍କା ଉଠାଇ ପାରିବେ। ଏଥିମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ, ମହାମାରୀ, କମ୍ପାନୀ ବନ୍ଦ ହେବା ଏବଂ ବେକାରୀ ଭଳି ସ୍ଥିତି ସାମିଲ, ରହିଛି।କିନ୍ତୁ ଏଥିପାଇଁ,ସଦସ୍ୟଙ୍କୁ ଟଙ୍କା ଉଠାଇବାର, ସଠିକ୍ କାରଣ ଦର୍ଶାଇବାକୁ, ପଡ଼ୁଥିଲା ଏବଂ ସମ୍ପୃକ୍ତ ଦସ୍ତାବିଜ୍ ମଧ୍ୟ ଦାଖଲ କରିବାକୁ ହେଉଥିଲା। ଅନେକ ସମୟରେ, କର୍ମଚାରୀଙ୍କ କ୍ଲେମ୍ ବା ଦାବି ଏଥିପାଇଁ ଖାରଜ ହୋଇଯାଉଥିଲା, କାରଣ ସେମାନେ ଦର୍ଶାଇଥିବା କାରଣ EPFO ର ସ୍ୱୀକୃତ ଶ୍ରେଣୀଭୁକ୍ତ, ହେଉନଥିଲା।, ୧୦୦% ପିଏଫ୍ ଉଠାଣ ସୁବିଧା ବନ୍ଦ ହୋଇନାହିଁ। EPFO ୩.୦ କେବଳ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ ଓ କର୍ମଚାରୀ-ଅନୁକୂଳ କରିଛି। ଏବେ ସଦସ୍ୟମାନେ କୌଣସି କାରଣ ନ ଦର୍ଶାଇ ମଧ୍ୟ ଏହି ଶ୍ରେଣୀରେ ଆବେଦନ କରିପାରିବେ। ଏହାଦ୍ୱାରା କ୍ଲେମ୍ ଖାରଜ ହେବାର ସମ୍ଭାବନା ହ୍ରାସ ପାଇବ ଏବଂ ଖାତାଧାରୀମାନେ ନିଜ ଜମା ଟଙ୍କା ସହଜରେ ପାଇପାରିବେ।

Related Articles

Back to top button