
ଭୁବନେଶ୍ୱର ,ମଧ୍ୟପ୍ରଦେଶର ବାସିନ୍ଦା କ୍ରିକେଟର ଶଶାଙ୍କ ସିଂ ଆଇପିଏଲ୍ରେ, ପଞ୍ଜାବ କିଙ୍ଗସ୍ ପକ୍ଷରୁ ଖେଳନ୍ତି । ତାଙ୍କ ଘରେ ରାନ୍ଧୁଥିବା କର୍ମଚାରୀ ବିପେନ୍ଦ୍ର ସିଂ କ୍ରିକେଟର ଓ ତାଙ୍କ ପିତାଙ୍କ ବିରୋଧରେ, ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆଇପିଏଲ୍ ଟିମ୍ ପଞ୍ଜାବ କିଙ୍ଗସର ଖେଳାଳି ଶଶାଙ୍କ ସିଂଙ୍କୁ, ନେଇ, ଏକ ବଡ଼ ଖବର ସାମ୍ନାକୁ ଆସିଛି । ଶଶାଙ୍କ ସିଂଙ୍କ ବିରୋଧରେ ତାଙ୍କ ଘରେ, ରୋଷେଇ କରୁଥିବା କର୍ମଚାରୀ ,ବିପେନ୍ଦ୍ର ସିଂଙ୍କୁ ଗାଳିଗୁଲଜ ଏବଂ ମାଡ଼ ମାରିବା ଅଭିଯୋଗରେ, ଏକ ଏଫ୍ଆଇଆର୍ ରୁଜୁ କରାଯାଇଛି । ପୋଲିସ ଏହି ମାମଲାରେ ମାଡ଼ପିଟ୍ ସମେତ ଅନେକ, ସଙ୍ଗୀନ ଅଭିଯୋଗରେ କ୍ରିକେଟରଙ୍କ ସମେତ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ।ପୀଡ଼ିତ ବିପେନ୍ଦ୍ର ସିଂ ତୋମାର ନିଜର କାନ୍ଦୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ,ଭାଇରାଲ୍ ମଧ୍ୟ କରିଛନ୍ତି ।ତାଙ୍କର ଅଭିଯୋଗ ଅନୁଯାୟୀ ପରିବାର ଲୋକଙ୍କୁ, ତାଙ୍କ ହାତର ରନ୍ଧା ଖାଦ୍ୟ ପସନ୍ଦ ନଆସିବାରୁ ତାଙ୍କୁ ପ୍ରଥମେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରାଯାଇଥିଲା, ମୋବାଇଲ୍ ଛଡ଼ାଇ ନିଆଯାଇଥିଲା ଏବଂ ପରେ ଶୈଳେଶ ସିଂ, କ୍ରିକେଟର ଶଶାଙ୍କ ଓ ସେମାନଙ୍କ ଡ୍ରାଇଭର ମିଶି ତାଙ୍କୁ, ଅତି ନିର୍ମମ ଭାବେ ମାଡ଼ ମାରିଥିଲେ । ପୋଲିସ ବର୍ତ୍ତମାନ, ଏହି ମାମଲାର ଯାଞ୍ଚ କରୁଛି ।




