Uncategorized

କାଠଯୋଡ଼ି ରେଳ ସେତୁରୁ ଖସିପଡ଼ି ଫ୍ଲାଗମ୍ୟାନଙ୍କ ମୃତ୍ୟୁ

ଭୁବନେଶ୍ବର: କଟକ କାଠଯୋଡ଼ି ନଦୀ ଉପରେ ଥିବା ରେଳ ସେତୁରେ ଏକ ଦୁଃଖଦ ଜନିତ ଦୁର୍ଘଟଣା ଘଟିଛି। ଡ୍ୟୁଟିରେ ଥିବା ସମୟରେ ପ୍ରାୟ ୫୦ ଫୁଟ୍ ଉଚ୍ଚତାରୁ ତଳକୁ ଖସିପଡ଼ି ଜଣେ ରେଳବାଇ ଫ୍ଲାଗମ୍ୟାନଙ୍କ ମୃତ୍ୟୁ ଘଟିଛି। ମୃତ କର୍ମଚାରୀ ଜଣକ ହେଲେ ଯାଜପୁର ଜିଲ୍ଲାର ସୁବାସ ରାହୁଲ। ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ରେଳବାଇ କର୍ମଚାରୀ ଓ ମୃତକଙ୍କ ପରିବାର ମହଲରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁସାରେ, ସୁବାସ କାଠଯୋଡ଼ି ରେଳ ସେତୁ ଉପରେ ନିଜ କାର୍ଯ୍ୟରେ ନିୟୋଜିତ ଥିଲେ। ତେବେ କୌଣସି କାରଣବଶତଃ ହଠାତ୍ ଅସାବଧାନତା ଯୋଗୁଁ ସେ ସନ୍ତୁଳନ ହରାଇ ପ୍ରାୟ ୫୦ ଫୁଟ୍ ତଳକୁ ଖସି ପଡ଼ିଥିଲେ। ଦୁର୍ଘଟଣା ପରେ ସେଠାରେ ଉପସ୍ଥିତ ଥିବା ସହକର୍ମୀ ଓ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ପଠାଇଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Related Articles

Back to top button