Breaking Newsଓଡ଼ିଶା
ବିନା ଡିଜେରେ ଭସାଣୀ । କଡା ତାଗିଦ କରିଛନ୍ତି ପୋଲିସ

ଗଣେଶ ଭସାଣୀ ସମୟରେ ଘଟିଥିଲା ବଡ଼ ଅଘଟଣ । ଡିଜେ ଶବ୍ଦରେ ଛାତ ଭାଙ୍ଗିଯାଇ ଅନେକ ଆହତ ହୋଇଥିଲେ। ଆଉ ଜୀବନ ବି ଚାଲିଯାଇଥିଲା । ଏହାକୁ ନଜରରେ ରଖି ଦୁର୍ଗାପୂଜା ଭସାଣୀ ଶୋଭାଯାତ୍ରା ବେଳେ ଡିଜେ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି । ଶବ୍ଦ ପ୍ରଦୂଷଣ ନିୟମ ଯିଏ ବି ଉଲ୍ଲଂଘନ କରିବ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଜିପି।
ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଦଶହରା ପର୍ବ। କଟକ ସମେତ ବିଭିନ୍ନ ସ୍ଥାନରେ ହେବାକୁ ଥିବା ଭସାଣୀ ଶୋଭାଯାତ୍ରା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳରେ ଅଧିକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ସବୁ ଅସାମାଜିକ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି |ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଦଶହରା ପର୍ବ। ଏଥିରେ ଜନସାଧାରଣଙ୍କ ପୂର୍ଣ୍ଣ ସହଯୋଗ ମିଳୁଥିବା କହିଛନ୍ତି ପୋଲିସ ଡିଜି ବିନୟତୋଷ ମିଶ୍ର।




