ଅନ୍ୟାନ୍ୟଶିକ୍ଷା

ପିଲାଙ୍କ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗ

ଭୁବନେଶ୍ୱର ,ପାଠ୍ୟପୁସ୍ତକରେ ସମସ୍ୟାର ଗମ୍ଭୀରତାକୁ ଦେଖି ଖୋଦ୍ ମୁଖ୍ୟମନ୍ତ୍ରୀ, ପାଠ୍ୟବହି ମଗାଇ ସମୀକ୍ଷା କରିବା ସହିତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଭୁଲ୍ କିପରି ହେଲା ଜାଣିବା ଲାଗି ଏକ ୩ ଜଣିଆ ଉଚ୍ଚସ୍ତରୀୟ ଟିମ୍ ଗଠନ କରାଯାଇଛି। ରିପୋର୍ଟ ଆସିବା ପରେ ଦାୟୀ ଅଧିକାରୀ, ଓ ସଂସ୍ଥା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ମୁଖ୍ୟମନ୍ତ୍ରୀ। ସ୍କୁଲ ଖୋଲିଛି ହେଲେ ତ୍ରୁଟିଯୁକ୍ତ ବହି ପଢିବାକୁ, ବାଧ୍ୟ ହୋଇଛନ୍ତି ଛାତ୍ରଛାତ୍ରୀ।ଖରା ଛୁଟି ପରେ ଆଜି ସ୍କୁଲ ଖୋଲିଛି। ନୂଆ ବହି ମଧ୍ୟ ଅନେକ ଛାତ୍ରଛାତ୍ରୀ ପାଇ ସାରିଲେଣି, ହେଲେ ଚିନ୍ତା ବଢ଼ାଇଛି ତ୍ରୁଟିପୂର୍ଣ୍ଣ ବହି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହିରେ ଅନେକ ତ୍ରୁଟି ଥିବା ବେଳେ ଏବେ ଛାତ୍ରଛାତ୍ରୀ,  ଶିକ୍ଷକ, ଅଭିଭାବକଙ୍କ ପାଇଁ ଚିନ୍ତା ପାଲଟିଛି।ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ, ଏକ ତିନି ଜଣିଆ କମିଟି ଗଠନ କରାଯାଇ ତ୍ରୁଟି ପାଇଁ କେଉଁ ଅଧିକାରୀ ଓ ସଂସ୍ଥା ଦାୟୀ ତାହା ଖୋଜି ବାହାର କରିବାକୁ, ସେ ନିର୍ଦ୍ଦେଶ ଦେଇଛନ୍ତି। କମିଟିର ରିପୋର୍ଟ ଆଧାରରେ, ଦାୟୀ ଅଧିକାରୀ ଏବଂ ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

Related Articles

Back to top button