ଓଡ଼ିଶାରାଜନୀତି

ସୋସିଆଲ୍‌ ମିଡିଆରେ ନୂଆ ପଲିସି । ସରକାରଙ୍କ ପାଠଶାଳା ଆରମ୍ଭ

ବର୍ତ୍ତମାନ ହେଉଛି ସୋସିଆଲ ମିଡିଆର ଯୁଗ। ଫେସବୁକ୍, ଇନଷ୍ଟା, ଏକ୍ସକୁ ଗୁରୁତ୍ବ ଦେଉଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ସୋସିଆଲ ମିଡିଆରେ କୌଣସି ସୀମା ସରହଦ୍ ନାହିଁ। ଯିଏ ଯାହା ଚାହୁଁଛି, ଲେଖିଦେଉଛି ଓ ଭିଡିଓ ପୋଷ୍ଟ କରିଦେଉଛି। ଯାହା ସାମାଜିକ ଅଧିକାର କ୍ଷୁଣ୍ଣ କରୁଛି। ଏଥିପାଇଁ ଖୁବ୍‌ଶୀଘ୍ର ସରକାର ସୋସିଆଲ୍‌ ମିଡିଆ ପଲିସି ଆଣିବାକୁ ଯାଉଛନ୍ତି। ଏନେଇ ସରକାରଙ୍କ ସୋସିଆଲ ମିଡିଆ ପାଠଶାଳା ଆରମ୍ଭ ହୋଇଛି ।

ରାଜନୈତିକ ଦଳଙ୍କଠାରୁ ଆରମ୍ଭ କରି ସରକାରଙ୍କ ପର୍ୟ୍ୟନ୍ତ ସମସ୍ତଙ୍କ ପାଇଁ ସୋସିଆଲ ମିଡିଆ ପ୍ରମୁଖ ଅସ୍ତ୍ର ପାଲଟିଛି। ତେଣୁ ଟ୍ରେଣ୍ଡରେ ପଛରେ ଥିବା ଅଧିକାରୀ ଯୁଗ ଉପଯୋଗୀ ହୋଇ ସୋସିଆଲ ମିଡିଆ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନା ଓ ଲୋକସମ୍ପର୍କ ବିଭାଗର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକ ସମ୍ପର୍କ ବିଭାଗର ଅଧିକାରୀଙ୍କ କାମ କେବଳ ପ୍ରେସ ବିଜ୍ଞପ୍ତି ଦେବା ନୁହେଁ। ସରକାର ଓ ଲୋକଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିବା ପ୍ରମୁଖ ଦାୟିତ୍ୱ।

Related Articles

Back to top button