ଅନ୍ୟାନ୍ୟଓଡ଼ିଶା

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ

ଭୁବନେଶ୍ୱର,ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭଦ୍ରକ-କାଡ଼ା ଡିଭିଜନର, ଯନ୍ତ୍ରୀ ବିଜୟ କୁମାର ମହାନ୍ତିଙ୍କ  ଭଡା ଘର ଓ ସରକାରୀ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ, ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି।

୪ ଜଣ ଡିଏସ୍‌ପି, ୪ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ, ଚଢାଉରେ ସାମିଲ୍ ଥିବା ସୂଚନା ମିଳିଛି।

ଭଦ୍ରକ ଟାଉନର ସମରାଇପୁରରେ, ଶ୍ରୀ ମହାନ୍ତିଙ୍କ ତିନି ମହଲା କୋଠା, ବାଲେଶ୍ୱର ଜିଲ୍ଲା ବସ୍ତାର ନରସିଙ୍ଗଡିହାରେ ଥିବା ତାଙ୍କର ଦୁଇ ମହଲା କୋଠା, ଭଦ୍ରକରେ ଥିବା କାର୍ଯ୍ୟାଳୟ,  ମାଳିପଡ଼ା ଓ ଭୁବନେଶ୍ୱରରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢାଉ ଜାରି ରଖିଛି।

Related Articles

Back to top button